
ଗଞ୍ଜାମ, ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀଙ୍କ ଚୈତ୍ର ଦ୍ୱିତୀୟ ପାଳି ମଙ୍ଗଳ ବାର ଯାତ୍ରାରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦେବୀଙ୍କ ଦର୍ଶନ ଉଦ୍ଦେଶ୍ୟରେ ଆସିଛନ୍ତି । ଭୋର୍ ୪ଟାରୁ ଦେବୀଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା । ଏହାପରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ କରୋନା କଟକଣା ମାନି ବ୍ୟାରିକେଡ୍ ରେ ଯାଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସ୍ୱତନ୍ତ୍ର ବସ୍ ଯୋଗେ ପାହାଡ଼ ତଳୁ ମନ୍ଦିର ନିକଟକୁ ଯାଇଥିଲେ । ଏବଂ ଧାଡ଼ି ଦର୍ଶନ କରୁଛନ୍ତି । ଏହି ଦର୍ଶନ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚାଲିବ । ସାଧାରଣତଃ ଶିଶୁ ମାନଙ୍କର ମୁଣ୍ଡନ ପାଇଁ ଏହି ଯାତ୍ରା ଉଦ୍ଦିଷ୍ଟ ଥିବା ବେଳେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପାହାଡ଼ ପାଦ ଦେଶରେ ମୁଣ୍ଡନ କରିବା ବ୍ୟବସ୍ଥାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବାରୁ ମାନସିକଧାରୀ ଶ୍ରଦ୍ଧାଳୁ ମାନେ ସେମାନଙ୍କ ସନ୍ତାନ ମାନଙ୍କ ପ୍ରଥମ କେଶ ଅନ୍ୟତ୍ର ମୁଣ୍ଡନ କରି ତାରାତାରିଣୀଙ୍କ ଦର୍ଶନ କରୁଥିବା ଜଣାପଡିଛି । ପାହାଡ଼ ପାଦଦେଶରୁ ଶୀର୍ଷରେ ଥିବା ମନ୍ଦିର ନିକଟକୁ ଯିବା ପାଇଁ ସ୍ୱତନ୍ତ୍ର ବସ୍ ବ୍ୟତୀତ ପାଦଚଲା ରାସ୍ତା ଏବଂ ରୋପ ୱେ ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏଥିପାଇଁ ୧୦ ପ୍ଲାଟୁନ୍ ଫୋର୍ସ, ୩ ଜଣ ଅତିରିକ୍ତ ଏସପି, ୩ ଜଣ ଡ଼ିଏସପି, ୧୨ ଜଣ ଇନ୍ସପେକ୍ଟର ଓ ୧୦୦ ଜଣ ଏଏସଆଇ ଓ ସବଇନ୍ସପେକ୍ଟରଙ୍କୁ ନିଯୁକ୍ତ କରାଯାଇଛି ବୋଲି ଗଞ୍ଜାମ ଏସପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି ।
ଏତଦ୍ ବ୍ୟତୀତ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାତ୍ରାରେ ଯୋଗ ଦେଉଥିବା ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO