
ଗଞ୍ଜାମ, ଜାଲ୍ ସାର୍ଟିଫିକେଟ ଦେଇ ସେନାବାହିନୀର ନିଯୁକ୍ତି ମେଳାରେ ସାମିଲ୍ ହୋଇଥିବା ୭ ଜଣ ଯୁବକଙ୍କୁ ଗୋପାଳପୁର ପୋଲିସ ଗିରଫ କରିଛି । ଭଞ୍ଜବିହାର ସ୍ଥିତ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପରିସରରେ ସେନାବାହିନୀର ନିଯୁକ୍ତି ରାଲିରେ ୭ ଜଣ ଯୁବକ ନିଜ ନିଜର ବୟସ କମ୍ ଦର୍ଶାଇ ସେନାରେ ନିଯୁକ୍ତି ପାଇଁ ଜାଲ୍ ସାର୍ଟିଫିକେଟ ଦାଖଲ କରିଥିଲେ । ସେନାର ଗୁଇନ୍ଦା ଅଧିକାରୀ ଏହା ଜାଣିବା ପରେ ଗତ ୩ ତାରିଖ ଦିନ ସେହି ଯୁବକ ମାନଙ୍କୁ ଗୋପାଳପୁର ପୋଲିସର ଜିମା ଦେଇଥିଲେ । ଏହି ଯୁବକ ମାନେ ହେଲେ କେ. ଭୀମରାଜୁ ରେଡ୍ଡୀ, କାହ୍ନୁଚରଣ ସାହୁ, ଆର୍. ଲକ୍ଷ୍ମୀ ନାରାୟଣ ରେଡ୍ଡୀ, ରଙ୍ଗିଲା ପ୍ରକାଶ, ଏସ. କଲ୍ୟାଣକୁମାର, ଏମ୍. ଧର୍ମରାଜୁ ଓ ଆର୍. ରଘୁନାଥ ରେଡ୍ଡୀ ବୋଲି ଜଣାପଡିଛି । ଏନେଇ ପୋଲିସ କେସ୍ ନଂ ୬୦/୨୧ ରେ ଏକ ମାମଲା ରୁଜ୍ଜୁ କରିବା ସହ ସମ୍ପୃକ୍ତ ୭ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO