ଢ଼େଙ୍କାନାଳ, ନନ୍ଦ ବସାଉଥିବା ବେଳେ କୂଅରେ ଫସି ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି । ୫ ଘଂଟାର ଉଦ୍ୟମ ପରେ କୂଅ ମଧ୍ୟରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।
ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଆଳତୁମା ଗ୍ରାମରେ ୫ ଜଣ ଶ୍ରମିକ ଆଜି ନନ୍ଦ ବସାଉଥିବା ବେଳେ ଏଭଳି ଏକ ଅଘଟଣ ଘଟିଯାଇଛି । ମାଟି ଅତଡ଼ା ଧସିବାରୁ କୂଅ ଭିତରେ ଫସି ଏହି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।