
ଗଞ୍ଜାମ, ଜାଲ୍ ସାର୍ଟିଫିକେଟ ଦେଇ ସେନାବାହିନୀର ନିଯୁକ୍ତି ମେଳାରେ ସାମିଲ୍ ହୋଇଥିବା ୭ ଜଣ ଯୁବକଙ୍କୁ ଗୋପାଳପୁର ପୋଲିସ ଗିରଫ କରିଛି । ଭଞ୍ଜବିହାର ସ୍ଥିତ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପରିସରରେ ସେନାବାହିନୀର ନିଯୁକ୍ତି ରାଲିରେ ୭ ଜଣ ଯୁବକ ନିଜ ନିଜର ବୟସ କମ୍ ଦର୍ଶାଇ ସେନାରେ ନିଯୁକ୍ତି ପାଇଁ ଜାଲ୍ ସାର୍ଟିଫିକେଟ ଦାଖଲ କରିଥିଲେ । ସେନାର ଗୁଇନ୍ଦା ଅଧିକାରୀ ଏହା ଜାଣିବା ପରେ ଗତ ୩ ତାରିଖ ଦିନ ସେହି ଯୁବକ ମାନଙ୍କୁ ଗୋପାଳପୁର ପୋଲିସର ଜିମା ଦେଇଥିଲେ । ଏହି ଯୁବକ ମାନେ ହେଲେ କେ. ଭୀମରାଜୁ ରେଡ୍ଡୀ, କାହ୍ନୁଚରଣ ସାହୁ, ଆର୍. ଲକ୍ଷ୍ମୀ ନାରାୟଣ ରେଡ୍ଡୀ, ରଙ୍ଗିଲା ପ୍ରକାଶ, ଏସ. କଲ୍ୟାଣକୁମାର, ଏମ୍. ଧର୍ମରାଜୁ ଓ ଆର୍. ରଘୁନାଥ ରେଡ୍ଡୀ ବୋଲି ଜଣାପଡିଛି । ଏନେଇ ପୋଲିସ କେସ୍ ନଂ ୬୦/୨୧ ରେ ଏକ ମାମଲା ରୁଜ୍ଜୁ କରିବା ସହ ସମ୍ପୃକ୍ତ ୭ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।