ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ଗତ ଦୁଇ ଦିନ ମଧ୍ୟରେ ବିଭିନ୍ନ ଅଂଚଳରେ ଯାଂଚ୍ କରାଯାଇ ଟ୍ରାଫିକ୍ ନିୟମ ଅବମାନନାକାରୀଙ୍କ ଠାରୁ ୪୯ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ୨୦ ଜଣଙ୍କ ଡ଼୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯାଇଛି । ବିନା ମାସ୍କରେ ଚଳପ୍ରଚଳ କରୁଥିବା ବ୍ୟକ୍ତିଙ୍କ ଠାରୁ ୨୩ ହଜାର ୧୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି ଅବକାରୀ ଚଢ଼ଉ କରାଯାଇ ୬୮.୪ ଲିଟର ମଦ ଜବତ କରାଯାଇଛି ଓ ୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।