
ବେଲଗୁଣ୍ଠା, ରବିବାର ଦିନ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରୀୟ ବନାଞ୍ଚଳ କାର୍ଯ୍ୟାଳୟ ଠାରୁ 25 ଗୋଟି ବନସୁରକ୍ଷା ସମିତିର 80 ଜଣ କର୍ମକର୍ତ୍ତାମାନଙ୍କୁ ଆଠ ଗୋଟି ଗୋଷ୍ଠୀରେ ବିଭକ୍ତ କରି ଜଗନ୍ନାଥପ୍ରସାଦ ବନାଞ୍ଚଳରେ ସମ୍ପାଦିତ ହୋଇଥିବା ବିଭିନ୍ନ ଜୀବନଜୀବିକା ତଥା ଉତ୍ପାଦନ ଭିତ୍ତିକ କାର୍ଯ୍ୟକ୍ରମ ଗୁଡିକର କ୍ଷେତ୍ର ପରିଦର୍ଶନ ତଥା କ୍ଷେତ୍ର ସ୍ତରରେ ବ୍ୟବହାରିକ ବୈଷୟିକ ଜ୍ଞାନ କୌଶଳ ଅଭିବୃଦ୍ଧି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଯାଇଛି I କାର୍ଯ୍ୟକ୍ରମକୁ ସହକାରୀ ବନ ସଂରକ୍ଷକ ସୁଦର୍ଶନ ବାଦି ଓ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହରା ସବୁଜ ପତାକା ଦେଖାଇ ଶୁଭ ଉଦ୍ଘାଟନ କରି ଯାତ୍ରା ଆରମ୍ଭ କରିଥିଲେ I କାର୍ଯ୍ୟକ୍ରମରେ ବନପାଳ ଶଙ୍କର ଗୌଡ଼, ଶରତ ଚନ୍ଦ୍ର ମହାନ୍ତି, ଜି ଭେଙ୍କଟ ରାଓ ଦୋରାଙ୍କ ସମେତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଭାଗ ଦୁଇର କ୍ଷେତ୍ର ପରିଚାଳନା ସଂଯୋଜକ ସନ୍ତୋଷ କୁମାର ଡାକୁଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଏହି ଯୋଜନାର ଆଗାମୀ ଦିନରେ ସ୍ୱୟଂ ବ୍ୟବସାୟିକ କ୍ଷେତ୍ରରେ ଜୀବନ ଜୀବିକା ପାଇଁ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀଙ୍କ ଗହଣରେ ଆଲୋଚ୍ୟର ବିଷୟ ପାଲଟି ଯାଇଛି I. ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO