
ଗଞ୍ଜାମ, ଜାତୀୟ ରାଜପଥ ନଂ ୧୬ ତଥା ହଳଦିଆପଦର କନିଷି ଢାବା ସମ୍ମୁଖ ମା ମାଝିଗୈରୀ ସର୍ଭିସିଂ ସେଣ୍ଟର ସମ୍ମୁଖ ରାସ୍ତାରେ ୪ ଟି ବ୍ୟାଗ ସନ୍ଦେହଜନକ ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ଖୋଲି ଦେଖିବା ବେଳେ ସେଥିରୁ ପଲିଥିନ ଗୁଡା ହୋଇ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ । ଏ ନେଇ ଅବକାରୀ ବିଭାଗ ସମେତ ଗୋଳନ୍ଥରା ପୁଲିସକୁ ଖବର ଦିଆଯାଇଥିଲା । ଏହି ଖବର ପାଇବା ପରେ ଗୋଳନ୍ଥରା ଥାନା ଆଇଆଇସି ବାବୁଲି ନାୟକ ଓ ଗୋଳନ୍ଥରା ଅବକାରୀ ସବ ଇନସ୍ପେକ୍ଟର ସୁବାଷ ମହାଙ୍କୁଡ ଏବଂ ମାଜିଷ୍ଟ୍ରେଟ ଭାବେ କନିଷି ତହସିଲଦାର ତାପସ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଯାଞ୍ଚ ସମୟରେ ୪ ଟି ବ୍ୟାଗରୁ ୨୫ ପ୍ୟାକେଟ ଗଞ୍ଜେଇ ଯାହାର ଓଜନ ୫୨ କେଜି ଥିବା ଜଣାପଡିବା ସହ ଉକ୍ତ ଗଞ୍ଜେଇକୁ ଅବକାରୀ ବିଭାଗ ଜବତ କରିଛି । ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ସୂଚନାଯୋଗ୍ୟ, ଜାତୀୟ ରାଜପଥ ନଂ ୧୬ ତଥା ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ସଂଯୋଗ କରୁଥିବା ଏହି ରାସ୍ତା ଏବେ ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ ପାଲଟିଥିବା ବେଳେ ପ୍ରତିଦିନ ଅନେକ ଚୋରା ବେପାରୀ ଶହ ଶହ କେଜି ଗଞ୍ଜେଇ ଚୋରାରେ ବିଭିନ୍ନ ଉପାୟରେ ଚାଲଣ କରୁଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO