
ସାନଖେମୁଣ୍ଡି : ସାନଖେମୁଣ୍ଡି ପଞ୍ଚାୟତ ସମିତି ପକ୍ଷରୁ ଆଜି ଆୟୋଜିତ ହୋଇଥିବା ବ୍ଲକସ୍ତରୀୟ ନିଯୁକ୍ତି ମେଳା ପ୍ରହସନରେ ପରିଣତ ହୋଇଛି। ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, ସ୍କିକିvଲ ଓଡିଶା, ଓଡ଼ିଶା ଜିବିକା ମିଶନ ଓ ଓରମାସ ପ୍ରୟୋଜନରେ ଆଜି ସାନଖେମୁଣ୍ଡି ବ୍ଲକ ପରିସରରେ 13 ଟି ପଞ୍ଚାୟତକୁ ନେଇ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ କମ୍ପାନୀ ଓ ସଂସ୍ଥାମାନେ ନିଯୁକ୍ତି ପରାମର୍ଶ ଷ୍ଟଲ୍ ଖୋଲିଥିଲେ। ତେବେ ମାତ୍ର 15 ଜଣ ବେକାର ଯୁବକ ଯୁବତୀ ଆତ୍ମନିଯୁକ୍ତି ପାଇଁ ପ୍ରମାଣପତ୍ର ପ୍ରଦାନ କରିଥିଲେ l ଶିବିର ସମ୍ପର୍କରେ ଆଗୁଆ ପ୍ରଚାର ପ୍ରସାରର ଅଭାବ ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ନିଯୁକ୍ତି ସଂସ୍ଥାମାନେ କହିଛନ୍ତି l ଅନ୍ୟପକ୍ଷରେ ଅଞ୍ଚଳରେ ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ ଆଳରେ ନିଯୁକ୍ତି ଦେଇ ଠକୁଥିବାରୁ ଏଥିପ୍ରତି ଆଗ୍ରହ ସୃଷ୍ଟି ହେଉନଥିବା କିଛି ବ୍ୟକ୍ତି ପ୍ରକାଶ କରିଛନ୍ତି। ପ୍ରଲୋଭନ ଦେଖାଇ ସଂସ୍ଥାମାନେ ନିଯୁକ୍ତି ବେଳେ ଘୋଷଣା ପ୍ରକାରେ ମାସିକ ଦରମା ଦେଉନଥିବାରୁ ନିରାଶରେ ଫେରୁଥିବା କେତେକ ଶିକ୍ଷିତ ଯୁବକ ପ୍ରକାଶ କରିଥିଲେ। ବିଡିଓ ଗାୟତ୍ରୀଦତ୍ତ ନାୟକ, ବ୍ଲକ ଅଧକ୍ଷା ସଙ୍ଗୀତା ବେହେରା ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ରିପୋର୍ଟ ପ୍ରଫୁଲ ସାବତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO