କଣାସ, ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣାକୁ କଡ଼ାକଡ଼ି ପାଳନ ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି କଟକଣା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ରହିଛି । ହେଲେ ପୁରୀ ଜିଲ୍ଲା କଣାସ ବ୍ଲକର ବିଭିନ୍ନ ବଜାର, ହାଟମାନଙ୍କରେ ଲୋକେ କରୋନା କଟକଣା ମାନୁ ନଥିବାରୁ ବୁଦ୍ଧିଜିବୀ ମହଲରେ ଉଦବେଗ ପ୍ରକାଶ ପାଇଛି । କଣାସ ବ୍ଲକର ବିଡିଓ, ତହସିଲଦାର, ଥାନା ଅଧିକାରୀମାନଙ୍କୁ କରୋନା କଟକଣା ପାଳନ ଓ ଯାଂଚ୍ ଉପରେ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିବା ବେଳେ କଣାସ ବ୍ଲକରେ ସରକାରୀ ଅଧିକାରୀମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଦେଖିବାକୁ ମିଳିଛି । ଗତକାଲି କଣାସ ହାଟରେ ଶହଶହ ଦୋକାନୀ ଓ ଶହଶହ ଗ୍ରାହକ ବିନାମାକ୍ସରେ ସାମାଜିକ ଦୂରତା ନ ରଖି ହାଟରେ ଗହଳି କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ବ୍ଲକର ବିଭିନ୍ନ ବଜାର ହାଟମାନଙ୍କରେ ଦୋକାନି ଓ ଗ୍ରାହକମାନେ ମୁହଁରେ ମାକ୍ସ ପିନ୍ଧୁନାହାଁନ୍ତି ଓ ସାମାଜିକ ଦୂରତା ରଖୁନାହାଁନ୍ତି । ଗତ ୨୪ ତାରିଖ ଦିନ ବିଡିଓ ଲୋଚନ ଦାସ ସମସ୍ତ ସରପଚଂମାନଙ୍କର ଏକ ବୈଠକ ଡାକି ଜିଲ୍ଲାପାଳଙ୍କ କରୋନା ପାଇଁ ଥିବା ନିର୍ଦ୍ଦେଶ ସମ୍ପର୍କରେ ଜଣାଇଥିଲେ ମଧ୍ୟ ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ଚୁପଚାପ ରହିଯିବା ହେତୁ ଆମାନିଆମାନଙ୍କର ପାର୍ଦୃଭାବ ବଢି ଚାଲିଛି । ଯାହା ପରବର୍ତି ସମୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି କରିବା ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ନିଜେ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।