ଭୁବନେଶ୍ୱର, ଦୁଇ ଦିନିଆ ଓଡିଶା ଗସ୍ତରେ ଆସଥିବା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶନିବାର ଅପରାହ୍ନରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଫେରିଯାଇଛନ୍ତି । ବିମାନ ବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ପୋଲିସ୍ ଡିଜି ଅଭୟ ଓ ସାସଂଦ ସୁବାସ ସିଂହ ବିଦାୟ ଜଣାଇଥିଲେ । ଉପରାଷ୍ଟ୍ରପତି ତାଙ୍କର ଦୁଇ ଦିନିଆ ଓଡିଶା ଗସ୍ତ କାଳରେ ସାରଳା ଦାସଙ୍କ ୬୦୦ ତମ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଉତ୍କଳ ବିଶ୍ୱ ବିଦ୍ୟାଳୟର ୫୦ ତମ ସମାବର୍ତନ ଉତ୍ସବରେ ଯୋଗ ଦେଇଥିଲେ ।