
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ପାଇଲିପଡା ପଞ୍ଚାୟତ ଅଧିନସ୍ଥ କେ.ନୂଆଁଗଡ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଶତପଥୀ ଅବସର ଗ୍ରହଣ କରିବା ଅବସରରେ ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶିବରାମ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜୟନ୍ତୀ ବେହେରା, ପାଇଲିପଡ଼ା ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଗୌଡ, ଅବସରପ୍ରାପ୍ତ ଶିକ୍ଷକ ରାମନାରାୟଣ ପଣ୍ଡା, ପ୍ରାକ୍ତନ ସିଆରସିସି ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବାଳକୃଷ୍ଣ ସାବତ, ମୃତ୍ୟୁଞ୍ଜୟ ରଥ, ଡମ୍ବରୁଧର ସାହୁ, ବାଲ୍ ରାଜ୍ ଆୟଙ୍ଗାର, ଭାସ୍କର ଗୌଡ଼, ପିତାମ୍ବର ପରିଡ଼ା, ମୋହନ ସେଠୀ, ଶଲ୍ୟ ସିୟ, ନାଟେଙ୍ଗା ସିଆରସିସି ସୁଧୀର କୁମାର ଦାସ, ମଙ୍ଗଳପୁର ସିଆରସିସି ଶଙ୍କର୍ଷଣ ସେଠୀ ପ୍ରମୁଖ ଯୋଗଦେଇଥିଲେ I ଏହି ଅବସରରେ ବିଦ୍ୟାଳୟ ତରଫରୁ ଶ୍ରୀ ଶତପଥୀଙ୍କୁ ମାନପତ୍ର, ଉପଢ଼ୌକନ ଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବେହେରା ସମ୍ବର୍ଦ୍ଧିତ କରିଥିଲେ I ବାରଟା ପ୍ରାଥମିକ ବିଦ୍ୟାଳୟ ତରଫରୁ ମଧ୍ୟ ପ୍ରଧାନ ଶିକ୍ଷକ ଲଡୁ କିଶୋର ନାୟକ ଏବଂ ସହକାରୀ ଶିକ୍ଷକ ଆକୁଳ ସାହୁ ଉପଢ଼ୌକନ ପ୍ରଦାନ କରି ଶ୍ରୀ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଲୁଣିପଡା ସିଆରସିସି ବିଦେଶୀ ବାଡତ୍ୟା ସଂଯୋଜନା କରିଥିଲେ I ଏହି ଅବସରରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ଶତପଥୀ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସନିତ୍ କୁମାର ଜେନାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ସୀମାଞ୍ଚଳ ପ୍ରଧାନ, ବଳରାମ ସେଠୀ, ସନ୍ତୋଷ ଆଚାରୀ ପ୍ରମୁଖ ସହଯୋଗ କରିଥିଲେ I ଶେଷରେ ଶିକ୍ଷକ କରୁଣାକର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ I
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO