ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୩୯,୫୪୪ ନୂଆ ମାମଲା ଆସିଛି । ଏହା ପଛକୁ ଛତିଶଗଡ଼ରେ ୪,୫୬୩ ଏବଂ କର୍ଣ୍ଣାଟକରେ ୪,୨୨୫ ମାମଲା ଚିହ୍ନଟ ହୋଇଛି ।ଆଜିଠାରୁ ଦେଶରେ ୪୫ ବର୍ଷରୁ ଅଧିକ ବୟସର ଲୋକମାନଙ୍କ କୋଭିଡ-୧୯ ଟିକାକରଣ ଆରମ୍ଭ କରାଯାଇଛି ।
ଆଜି ସକାଳ ୭ଟା ସୁଦ୍ଧା ଦେଶବ୍ୟାପୀ ୧୦,୮୬,୨୪୧ ସେସନରେ ୬.୫ କୋଟି (୬,୫୧,୧୭,୮୯୬)ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୮୨,୬୦,୨୯୩ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୫୨,୫୦,୭୦୪ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୯୧,୭୪,୧୭୧ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍), ୩୯,୪୫,୭୯୬ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ପୀଡ଼ିତ ୭୮,୩୬,୬୬୭ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୧୭,୮୪୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୬୦ ବର୍ଷରୁ ଅଧିକ ବୟସର ୩,୦୫,୧୨,୦୭୦ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୧,୨୦,୩୪୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ ।ଟିକାକରଣ ଅଭିଯାନର ୭୫ ତମ ଦିବସ (୩୧, ମାର୍ଚ୍ଚ ୨୦୨୧)ରେ ମୋଟ ୨୦,୬୩,୫୪୩ ଡୋଜ୍ ଟିକା ଦିଆଯାଇଛି । ୩୯,୪୮୪ ସେସନରେ ୧୭,୯୪,୧୬୬ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨,୬୯,୩୭୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଇଛି ।