-
ଆକ୍ରମଣ ପଛରେ ସ୍ଥାନୀୟ ବିଧାୟକ ଓ ଅନ୍ୟ ଦୁର୍ନୀତିଗ୍ରସ୍ତଙ୍କ ରହିଛି ହାତ
-
ପୀଡିତ ପରିବାରକୁ ସୁରକ୍ଷା ପ୍ରଦାନ କରା ଯାଉ, ଦୋଷୀଙ୍କୁ ଗିରଫ କରା ଯାଉ

ଭୁବନେଶ୍ୱର, ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହେରାଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାକୁ ବିଧାନସଭାରେ ଉଠାଇ ଏହା ପଛରେ ସ୍ଥାନୀୟ ବିଧାୟକ ଓ ଅନ୍ୟ ଦୁର୍ନୀତିଗ୍ରସ୍ତ ବିଜେଡି ଲୋକ ମାନଙ୍କର ହାତ ରହିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ । ସେ ପୀଡିତଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥ୍ତି ଭୁଷୁଡି ପଡିଥିବା ନେଇ ସେ ଅଭିଯୋଗ କରିଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ନାଏକ କହିଛନ୍ତି ଯେ , ରାଜ୍ୟର ଜଣେ ଜଣାଶୁଣା ସୂଚନା ଅଧୀକାର କର୍ମୀ ତଥା ଯାଜପୁର ଜିଲ୍ଲାରେ ଦୁର୍ନୀତି ବିରୋଧରେ କ୍ରମାଗତ ଭାବରେ ସ୍ୱର ଉଠାଇ ଆସୁଥିବା ସର୍ବେଶ୍ୱର ବେହେରାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି ।
ଏ ସମସ୍ତ ବେଆଇନ କାଣ୍ଡକାରନାମାରେ ସାମିଲ ଥିବା ଅସାମାଜିକ ତତ୍ୱମାନେ ହିଁ ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ଡଙ୍କାରି ପାହାଡ, ପିଡିଏସ ଦୁର୍ନୀତି, ଇନ୍ଦିରା ଆବାସ ଦୁର୍ନୀତି, ମାମୁ ଭଣଜା ଘାଇ ମାମଲାରେ ଦୋଷୀ ଲୋକ ମାନେ ହିଁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ସମସ୍ତ ଦୁର୍ନୀତି ସମ୍ପର୍କରେ ସେ ସ୍ୱର ଉଠାଉଥିଲେ । ଏହି ଘଟଣା ପ୍ରମାଣିତ କରୁଛି ଯେ ରାଜ୍ୟରେ ଆଇନର ଶାସନ ନାହିଁ । ଶାସକ ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ବିନା ପ୍ରୋତ୍ସାହନରେ ଏପରି ଆକ୍ରମଣ କରା ଯାଇ ପାରିବ ନାହିଁ । ସେ କହିଛନ୍ତି ଯେ ଏହି ବିଭିନ୍ନ ଦୁର୍ନୀତିର ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ପୋଲିସ କିମ୍ବା ପ୍ରଶାସନ ହାତ ବାନ୍ଧି ବସିଛି ।ସେ କହିଛନ୍ତି ଯେ ଦୋଷୀଙ୍କୁ ତୁରନ୍ତ ଗିରଫ, ଉକ୍ତ ଆକ୍ରମଣର ପଛରେ କେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି ଏହାର ଖୁଲାସା ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ଓ ସର୍ବେଶ୍ୱରଙ୍କ ପରିବାରକୁ ୨୪ ଘଂଟିଆ ସୁରକ୍ଷା ଯୋଗାଇ ଦେବାପାଇଁ ସେ ଦାବି କରିବା ସହ ବାଚସ୍ପତି ଏହି ପ୍ରସଙ୍ଗକୁ ଦେଖିବାକୁ ସେ ଅନୁରୋଧ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO