
କେନ୍ଦ୍ରାପଡ଼ା,କେନ୍ଦ୍ରାପଡା ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗରେ କର୍ମଚାରୀ ମାରଣ ନୀତି ଅବଲମ୍ବନ କରାଯାଉ ଥିବା ଅଭିଯୋଗ ହୋଇଛି । ବର୍ଷେହେଲା ପରୀକ୍ଷା ସରିଥିଲେ ମଧ୍ୟ ପରିଚାରକ ପଦବୀରେ ଅସ୍ଥାୟୀ ଭାବେ ୧୫ବର୍ଷ ହେଲା କାମ କରୁଥିବା ଗୋମିତ୍ର ମାନେ ପାରିଶ୍ରମିକ ପାଇ ପାରୁ ନାହାଁନ୍ତି କି ଚାକୀରିର ସ୍ଥାୟୀତ୍ୱ କୁ ନେଇ ଶଙ୍କାମୁକ୍ତ ହୋଇପାରୁ ନାହାଁନ୍ତି । ଏନେଇ ଗୋମିତ୍ର ସଂଘ ପକ୍ଷରୁ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଏକ ଦାବିପତ୍ର ଦିଆଯିବା ସହ ଏହାର ତୁରନ୍ତ ବିଚାର କରିବା ପାଇଁ ନିବେଦନ କରାଯାଇଛି । ଗୋମିତ୍ର ମାନଙ୍କ ପକ୍ଷରୁ ଜ୍ୟୋତି ରଞ୍ଜନ ଜେନା, ସୈାମ୍ୟ ରଞ୍ଜନ ପଟ୍ଟନାୟକ, ଜଜାତି ସାହୁ, ପ୍ରକାଶ କୁମାର ମଲିକ, ଗୋଲଖ ପରମାଣିକ, ନିର୍ମଳ ମଲିକ, ଦେବକାନ୍ତ ମହାନ୍ତି, ସରୋଜ କୁମାର ସେଠୀ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ଦାବି ଜଣାଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO