
କେନ୍ଦ୍ରାପଡା– କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ନିର୍ବାଚନ ଶନିବାର ହେଉଥିବାରୁ ରାଜ୍ୟ ସରକାରଙ୍କ ଆଦେଶ କ୍ରମେ କରୋନା କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ ପରିଚାଲନା କରିବା ପାଇଁ ଗାଇଡଲାଇନ ପ୍ରଦାନ କରାଯାଇଛି । କରୋନା କଟକଣା ପାଳନ ସହ ସମସ୍ତେ ମାକ୍ସ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ନିବେଦନ କରାଯାଇଛି । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପୈାରସଂସ୍ଥା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।