
କେନ୍ଦ୍ରାପଡା– କେନ୍ଦ୍ରାପଡା ବ୍ଲକ ସମ୍ମିଳନୀ କକ୍ଷରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଚି । ବିଡିଓ ଅଶ୍ୱନୀ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମସ୍ତ ପଂଚାୟତର ସରପଂଚ , ସମିତି ସଭ୍ୟ, ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆଇସିଡିଏସର କର୍ମୀ, ଅଙ୍ଗନୱାଡି କର୍ମୀ ,ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ଅଧିନରେ ଥିବା ରାଜସ୍ୱ ଗ୍ରାମ ଗୁଡିକରେ କରୋନା କମିଟିକୁ ଚାଲୁ କରିବା, ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତି ମାନଙ୍କ ଉପରେ ନଜର ରଖି ତାଙ୍କର ପରୀକ୍ଷା କରାଇବା, କରୋନା ସଂକ୍ରମଣ ଚିହ୍ନଟ ହେଲେ ତାଙ୍କୁ ଗୃହ ସଂଗରୋଧ କେନ୍ଦ୍ରରେ ରଖିବା, ସାମାଜିକ କି ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ହେଲେ କିମ୍ବା କୈାଣସି ସଭା ସମିତି ହେଲେ ବ୍ଲକ ପ୍ରଶାସନର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି । ସମସ୍ତେ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ବୈଠକେ ଗୁରୁତ୍ୱ ଦିଆଯାଇଥିଲା । ବ୍ଲକ ସ୍ତରୀୟ କମିଟି ଏହାକୁ ତଦାରଖ କରି ବିଡିଓଙ୍କୁ ରିପୋର୍ଟ ପ୍ରଦାନ କରିବେ । ଏଥି ସହିତ ଗ୍ରାମ ଗୁଡିକରେ କରୋନା ପରୀକ୍ଷା କରାଇବା ଉପରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO