
-
ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରା ଯାଉ

ପ୍ରସ୍ତାବ ଆଗତ କରି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କର ଓଡିଶା ସହିତ ବହୁତ ନିବିଡ ସମ୍ପର୍କ ରହିଥିଲା । ଆଜିର ସମାଜରେ ଅହିଂସା ଆମ ସମସ୍ତଙ୍କ ପାଇଁ ଆଦର୍ଶ ହେବା ଆବଶ୍ୟକ । ଏହା ଦ୍ୱାରା ଶାନ୍ତି ପ୍ରତିଷ୍ଠା ସମ୍ଭବ ହେବ ଓ ଏହା ପ୍ରଗତିର ମୂଳାଧାର ହେବ । ମହାତ୍ମା ଗାନ୍ଧୀଙ୍କର ଏହି ଅବିସ୍ମରଣୀୟ ଅବଦାନକୁ ସ୍ମରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ବର୍ଷ ବ୍ୟାପି ଓଡିଶା ଆଗମନର ଶତବାର୍ଷିକୀ ମହାସମାରୋହରେ ପାଳନ କରା ଯିବ ବୋଲି ନୀତିଗତ ନିଷ୍ପତି ନିଆ ଯାଇଛି । ତେଣୁ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରା ଗଲେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଂଜଳି ହେବ ।