
ମାଲକାନଗିରି, ପ୍ରତି ଦୁଇ ବର୍ଷ ଅନ୍ତରରେ ପାଳିତ ହେଉଥିବା ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ ଯାତ୍ରା ପାଳନ ପାଇଁ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଇଡ ଲାଇନ୍ ଜାରି କରାଯାଇଛି । କୋଭିଡ୍ ନିୟମ ଅନୁସାରେ ଚଳିତ ବର୍ଷ ତିନି ବଡ ଠାକୁର ଶ୍ରୀ ଶ୍ରୀ ଶ୍ରୀ ବାଲାରାଜୁ, କାନାମରାଜୁ, ପୋତରାଜୁ ଓ ମା ମତ୍ୟାଲୁମାଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ମାନ୍ୟମକୋଣ୍ଡା ଓ ପୋଲେରୁ ଠାରେ ବଡଯାତ୍ରା ଉପଲକ୍ଷେ ହେଉଥିବା ପ୍ରସ୍ତୁତି କାର୍ଯ୍ୟ ଗୁଡିକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ତଥା ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ପରିଦର୍ଶନ କରି ତଦାରଖ କରିଥିଲେ । ବଡଯାତ୍ରା ପ୍ରସ୍ତୁତିକୁ ନେଇ ମାନସ ମାଡକାମୀଙ୍କ ସହ ମାଲକାନଗିରି ତହସିଲଦାର ଗୁଣନିଧି ନାୟକ, କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ଓ କାଲିମେଳା ଗୋଷ୍ଠି ଉନ୍ନୟନ ଅଧିକାରୀ ଉମା ଶଙ୍କର ଦଳେଇ ପ୍ରମୁଖ ପୋଲେରୁ ଓ ମାନ୍ୟମକୋଣ୍ଡାରେ ଭଗବାନଙ୍କ ପୂଜା ସ୍ଥଳୀରେ ପହଞ୍ଚି ଆଲୋଚନା କରିଥିଲେ । ଏହି ଅବସରରେ ସାଂସଦ ପ୍ରତିନିଧି ଇ. ଭେଙ୍କେଟ ରାଓ, ମାନ୍ୟମକୋଣ୍ଡା ସରପଞ୍ଚ ଏବଂ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO