ମାଲକାନଗିରି, ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷାରେ ମାଲକାନଗିରି ଜିଲ୍ଲା ଏମଭି – ୭ ସ୍ଥିତ ଜଗନ୍ନାଥପାଲୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିଛି ସଫଳତା । ୨ 0୨0 ମସିହାରେ ହୋଇଥିବା ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ହିଁ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ମାଲକାନଗିରି ବ୍ଲକ ଓ ମାଲକାନଗିରି ପୌରପରିଷଦ ପାଇଁ ଥିବା ଫଳାଫଳରେ ଏମଭି-୭ ଉଚ୍ଚ ବିଦ୍ୟାଳୟର ୧0 ଜଣ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନେ ହେଲେ ଗୀତା ତରଫଦାର, ଦିପ୍ତୀରଞ୍ଜନ ବେହେରା, ମାଲା ମାଡକାମୀ, ମୋନଜ ଢ଼ାଲି, ଅବିନାଶ ଦାଶ, ବିଟୁ ବିଶ୍ୱାସ, ଗୋପୀନାଥ ମଲାଳି, ଗଣପତି ପୂଜାରୀ, ଲିଲି ମଣ୍ଡଳ ଓ ଲିଜା ହରିଜନ । ସଫଳତା ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ପରିଚାଳନା କମିଟି ତରଫରୁ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନିତ କରିଥିଲେ । ଛାତ୍ରଛାତ୍ରୀଙ୍କ ଅଧ୍ୟବସାୟ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରେରଣା ଏବଂ ଶିକ୍ଷକ ଜଗନ୍ନାଥ ସାହୁଙ୍କ ମାର୍ଗଦର୍ଶନ ଛାତ୍ରଛାତ୍ରୀଙ୍କୁ ସଫଳତା ଆଣିବାରେ ସହାୟକ ହୋଇଛି ବୋଲି ପ୍ରଧାନଶିକ୍ଷକ ଏ. ଈଶ୍ୱର ରାଓ ପ୍ରକାଶ କରିଛନ୍ତି ।