
ମାଲକାନଗିରି, ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ଠାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ମିଳିତ ଉଦ୍ୟମରେ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ପ୍ରଫୁଲ୍ଲ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ, ଜିଲ୍ଲାପାଳ ଡ଼. ୱାଇ ବିଜୟ, ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ସନ୍ଧ୍ୟାରାଣୀ ପଟ୍ଟନାୟକ, ଗ୍ରାମ୍ୟ ଜଳ ଓ ପରିମଳ ମିଶନର ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଶଶୀ ଭୁଷଣ ମହାପାତ୍ର, ଡ଼. ଧନୁର୍ଜୟ ମହାନ୍ତି, ଡ଼. ଶିବ ପ୍ରସାଦ ମହାରଣା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା ପରିଚାଳକ ବନ ବିହାରୀ ମିଶ୍ର, ମ୍ୟାଲେରିଆ ପରାମର୍ଶଦାତା ଅଜିତ କୁମାର ଦଳେଇ ଓ ଆଶା ସହକାରୀ ପରିଚାଳକ ସଂଗ୍ରାମ କୁମାର ପଣ୍ଡା ଯୋଗଦେଇ ଆଶାକର୍ମୀ, ଅଙ୍ଗନବାଡି କର୍ମୀଙ୍କ ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ସମ୍ପର୍କରେ କହିବା ସହ ମ୍ୟାଲେରିଆର ମୁକାବିଲା କ୍ଷେତ୍ରରେ ଆମେ ସଫଳତା ହାସଲ କରିଛୁ ବୋଲି କହିଥିଲେ । ଏପରିକି ଆଶା ଓ ଅଙ୍ଗନବାଡି କର୍ମୀଙ୍କ ନିସ୍ଵାର୍ଥପର ସେବାପାଇଁ କୋଭିଡ୍ -୧ ୯ ର ମୁକାବିଲା କ୍ଷେତ୍ରରେ ସଫଳତା ପାଇଛୁ । ନିଜେ ଲୋକଙ୍କୁ ସେବା ଯୋଗାଇଦେବା ସମୟରେ ଜିଲ୍ଲାର ୩ ଜଣ ଆଶା କର୍ମୀଙ୍କ ମୃତ୍ୟୁ ଘଟିଥିଲା । ସେମାନଙ୍କ ସେବା ଅତୁଳନୀୟ ବୋଲି ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ । କୋଭିଡ୍ ସମୟରେ ଉଲ୍ଲେଖନୀୟ ସେବା ପାଇଁ ଆଶା ଅଙ୍ଗନବାଡ଼ି, ନର୍ସ ଓ ଗାଁ କଲ୍ୟାଣ ସମିତି ସମେତ ସୁସ୍ଥ ଗ୍ରାମ ଓ ସୁସ୍ଥ ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା । ଶେଷରେ ମୁକ୍ତ କୁଇଜ୍ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO