
ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟ ରେ ମୋ କଲେଜ ଅଭିଯାନ ଶୁଭାରମ୍ଭ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଯୋଗଦେଇ ମୋ ଅଭିଯାନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ସୁରେଶ ସୋମାନୀ, ଶରତ ଚନ୍ଦ୍ର ବୁରୁଦା, ପ୍ରଭାକର ପ୍ରଧାନ, ଦୁର୍ଗାପ୍ରସାଦ ତ୍ରିପାଠୀ, ନୃସିଂହ ଚରଣ ମହାନ୍ତି, ଯୋଗଦାନ କରି ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେବାକୁ ଯାଉଥିବା ମୋ କଲେଜ ଅଭିଯାନର ଶୁଭାରମ୍ଭ ଅବସରରେ ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ସହ ନିଜର ସ୍ମୃତିକୁ ଗୌରବାନିତ୍ୱ କରିବାକୁ ଆଲୋଚନା ହୋଇଥିଲା । ଏହି ଅବସରରେ ମୋ କଲେଜ ଅଭିଯାନର ସହ ସଂଯୋଜକ ଅଧ୍ୟାପକ ଡ଼. ରଞ୍ଜନ କୁମାର ସ୍ୱାଇଁ ସଭା ପରିଚାଳନା କରିଥିଲେ । ସଭାରେ ପ୍ରୀତପାଲ ସିଂ, ବସନ୍ତ କୁମାର ନାୟକ, ପି. ନବୀନ ପ୍ରମୁଖ ଆଲୁମୁନି ଯୋଗଦାନ କରି ମାଲକାନଗିରି ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଜ୍ଞା ନେଇଥିଲେ । ଏହି ଅବସରରେ ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ, ପ୍ରମିୟ କୁମାର ମହାନ୍ତି, ନମିତା ଦଣ୍ଡସେନା, ସୁଶାନ୍ତ କୁମାର ମାଝୀ, ଲିପସା ରାଣୀ ନାୟକ, ମନୋରଞ୍ଜନ ପରିଡା ପ୍ରଦୀପ ଓରାମ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମୋ କଲେଜ ଅଭିଯାନର ସଂଯୋଜକ ଅଧ୍ୟାପକ ଲିଙ୍ଗରାଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO