ଭଦ୍ରକ – ବଜରଙ୍ଗ ଦଳ ଭଦ୍ରକ ଜିଲ୍ଲା ପକ୍ଷରୁ ପଶ୍ଚିମବଂଗର ମୁର୍ଶିଦାବାଦରେ ହିନ୍ଦୁ ପରିବାରର ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦାବୀ ସହ ଆଇନ ଶୃଙ୍ଖଳା ଭୁଷୁଡି ପଡ଼ିଥିବା ପଶ୍ଚିମବଂଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଆଜି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୁର୍ଗାପୂଜା ସମୟରେ ବନ୍ଧୁ ପ୍ରକାଶ ପାଲ, ତାଙ୍କ ଗର୍ଭବତୀ ପତ୍ନୀଙ୍କ ସହ ୮ବର୍ଷର ନିରୀହ ଶିଶୁକୁ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଥିଲା। ବିଗତ କିଛିବର୍ଷ ହେଲା ବେଙ୍ଗଲରେ ହିନ୍ଦୁମାନଙ୍କୁ ବାରମ୍ବାର ହତ୍ୟା କରାଯାଉଛି। ବାଂଲାଦେଶୀ ମୁସ୍ଲିମ୍ଙ୍କ ଅନୁପ୍ରବେଶ ଏହାର ମୁଖ୍ୟ କାରଣ ସାଜିଛି। ଭୋଟ ବ୍ୟାଙ୍କ ରାଜନୀତି ଲକ୍ଷ୍ୟରେ ପଶ୍ଚିମବଙ୍ଗର ମମତା ସରକାର ସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ ପଦକ୍ଷେପ ନେଉ ନାହାନ୍ତି ବରଂ ପରୋକ୍ଷରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ଏହାର ବିରୋଧରେ ଏକ ୫ ଦଫା ଦାବୀ ନେଇ ସଂଗଠନ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଭଦ୍ରକ ଜିଲ୍ଳାପାଳ ଜ୍ଞାନ ଦାସଙ୍କୁ ପ୍ରଦାନ କରାଯାଇଛି। ଦାବୀପତ୍ରରେ ପଶ୍ଚିମବଂଗରେ ରାଷ୍ଟ୍ରପତି ଶାସନ, ବନ୍ଧୁ ପ୍ରକାଶ ପାଲ ପରିବାରର ହତ୍ୟାକାରୀଙ୍କୁ ତୁରନ୍ତ ଫାଶୀ ଦଣ୍ଡ, ପଶ୍ଚିମବଂଗରେ ଏନ୍ଆର୍ସି ଲାଗୁ କରି ବାଂଲାଦେଶୀଙ୍କୁ ରାଜ୍ୟ ତଥା ଦେଶରୁ ବାହାର କରିବା, ନାଗରିକତା ବିଲ୍ରେ ସଂଶୋଧନ ଅଣାଯାଇ ବାଂଲାଦେଶରୁ ନିର୍ଯାତିତ ହୋଇ ଆସୁଥିବା ହିନ୍ଦୁମାନଙ୍କୁ ସଂରକ୍ଷଣ ପ୍ରଦାନ ଏବଂ ପଶ୍ଚିମବଙ୍ଗରେ ରହୁଥିବା ରାଷ୍ଟ୍ର ବିରୋଧୀ ତ୍ବକୁ ଚିହ୍ନଟ କରାଯାଇ ଆଇନଗତ ଦୃଢ ପଦକ୍ଷେପ ନେବାକୁ ଦାବୀ କରାଯାଇଥିଲା। ପରେ ପଶ୍ଚିମବଂଗର ହିନ୍ଦୁ ବିରୋଧୀ ଗଣତନ୍ରର ହତ୍ୟାକାରୀ ମମତା ବାନାର୍ଜୀଙ୍କ କୁଶପୁଳା ସଂଗଠନ ପକ୍ଷରୁ ଦାହ କରାଯାଇଥିଲା। ବଜରଙ୍ଗ ଦଳ ଜିଲ୍ଲା ସଂେଯାଜକ ବିପିନ ପଣ୍ଡାଙ୍କ ନେତୃତ୍ବରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ ସଂେଯାଜକ ମାନସ ମହାନ୍ତି, ବିଭାଗ ସଂେଯାଜକ ସ୍ବାଧୀନ ସୁନ୍ଦର ଦାସ, ନଗର ସଂେଯାଜକ ଦେବାଶିଷ ଗ୍ରହାଚାର୍ଯ୍ୟ, ହିମାଂଶୁ ପଣ୍ଡା, ବାପୁନ ମହାପାତ୍ର, ଦେବାଶିଷ ଜେନା, ବ୍ରହ୍ମାନନ୍ଦ ସାହୁ, ଚନ୍ଦନ ଦାସ, ସନ୍ତୋଷ ନାୟକ, ଚନ୍ଦ୍ରଶେଖର ରାଉତ, ସୁଶାନ୍ତ ଜେନା, ଅଜିତ ବିଶ୍ବାଳ, ଶକ୍ତିଦ ଦାଶ, ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ବିଜୟ ସିହ୍ନା, ଉପସଭାପତି କୈଳାସ ଦାସ, ବରିଷ୍ଠ କାର୍ଯ୍ୟକର୍ା ନିରଞ୍ଜନ ସାହୁ, ବିଜୟ ଭୂଷଣ ନାୟକ, ମହେଶ୍ବର ବେହେରା, ପୁନିଲ ସାମନ୍ତ ଏବଂ ରଥ କିଶୋର ସାମଲ ପ୍ରମୁଖ ଶତାଧିକ କାର୍ଯ୍ୟକର୍ା ସାମିଲ ହୋଇଥିଲେ।
Related Stories
November 27, 2024
November 27, 2024