ଭଦ୍ରକ – ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିସôାଳୟ ବାରଣ୍ଡାରେ ଜଣେ ପ୍ରସୂତି ପିଲା ଜନ୍ମ କରିବା ଘଟଣାରେ ଆଜି ବିଜେପି ମହିଳା ମୋଚ୍ର୍ଚାର ଏକ ପ୍ରତିନିଧି ଦଳ କ୍ଷେତ୍ରୀୟ ପରିଦର୍ଶନ କରିଛି। ଭଦ୍ରକ ଜିଲ୍ଳା ମହିଳା ମୋଚ୍ର୍ଚାର ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ଯାଇ ସେଠାରେ ସµୃକ୍ତା ମହିଳାଙ୍କୁ ଭେଟି ତାଙ୍କର ଏବଂ ଜନ୍ମିତ ଶିଶୁର ସ୍ବାସ୍ଥ୍ୟାବସ୍ଥା ସµର୍କରେ ପଚାରି ବୁଝିଥିଲେ। ଏଥିସହ କେଉଁ ପରିସ୍ଥିତିରେ ବିଭାଗୀୟ ଡ଼ାକ୍ତର ଆସନ୍ନ ପ୍ରସବା ରାନୁ ଖôଲାରଙ୍କୁ ଚିକିସôା କରିବା ବଦଳରେ କଟକ ପଠାଇବାକୁ ନିଦ୍ର୍ଧେଶ ଦେଲେ ସେ ବିଷୟରେ ଅବଗତ ହୋଇଥିଲେ। ପରେ ଟିମର ସଦସ୍ୟା ମାନେ ସିଡ଼ିଏମଓ ଡ଼ାକ୍ତର ଆର୍ଯ୍ୟ ନାରାୟଣ ମିଶ୍ରଙ୍କୁ ଭେଟି ପୁରା ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜଣେ ରୋଗୀକୁ ସର୍ବନିମ୍ନ ଚିକିସôା ଦିଆନଯିବା ଏବଂ ସେ େଯଉଁ ପରିସ୍ଥିତିରେ ପିଲା ଜନ୍ମ ଦେଲେ ସେ ସମୟରେ କୌଣସି ଡ଼ାକ୍ତର କିମ୍ବା ନର୍ସ ସହାୟତା କରିବାକୁ ଆଗେଇ ଆସିଲେ ନାହó ତାହାକୁ ନେଇ ଉଦବେଗ ପ୍ରକାଶ କରି ସ୍ବାସ୍ଥ୍ୟସେବା ଭଳି ମୌଳିକ ଉପଲବ୍ଧି କ୍ଷେତ୍ରରେ ଏଭଳି ଅପରିଣାମଦର୍ଶୀ କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ରାଜ୍ୟ ସରକାରଙ୍କୁ ଇଙ୍ଗିତ କରିଥିଲେ। ବିଜେପି ମହିଳା ମୋଚ୍ର୍ଚାର ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡ଼ା ଏବଂ ଜିଲ୍ଳା ସଭାନେତ୍ରୀ ମନସ୍ମିତା ଖୁିଆଙ୍କ ନିଦ୍ର୍ଧେଶ କ୍ରମେ ମେଡ଼ିକାଲକୁ ଯାଇଥିବା ପ୍ରତିନିଧି ଦଳରେ ଜିଲ୍ଳା ଉପସଭାନେତ୍ରୀ ଜିଲ୍ଳା ପରିଷଦ ସଭ୍ୟା ଉମାମଣି ସାହୁ, ସୁମିତ୍ରା ପାଣି, ସାଧାରଣ ସµାଦିକା ମନୋରମା ପାତ୍ର, ପୁଷ୍ପାଞ୍ଜଳି ବେହେରା, ଆଇଟିସେଲର ସଂେଯାଜିକା ତପସ୍ବିନୀ ମହାପାତ୍ର, ନଗର ସଭାନେତ୍ରୀ ଉର୍ମିଳା ସାହୁ, ଉପସଭାନେତ୍ରୀ ପଦ୍ମିନୀ ଦ୍ବିବେଦୀ ପ୍ରମୁଖ ସାମିଲ ଥିଲେ। ଭଦ୍ରକ ଜିଲ୍ଳା ବିଜେପି ସଭାପତି ବଦ୍ରୀ ନାରାୟଣ ଧଳ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ।
Related Stories
November 5, 2024