ଭଦ୍ରକ- ମଣିଷ ସମାଜରେ ପଡ଼ୋଶୀ ଭାବରେ ସମସ୍ତେ ବି ରହିଥିବାରୁ ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହେବାର ମାନସିକତା ରହିବା ଦରକାର। ତେଣୁ ଭଗବାନଙ୍କ ସୃଷ୍ଟିରେ ମୁଖ୍ୟ ଜୀବ ଭାବରେ ଆମମାନଙ୍କ ଭିତରେ ମାନବିକତାବୋଧ ରହିଲେ ସମାଜରେ ଶାନ୍ତି, ମୈତ୍ରୀ, ପ୍ରଗତୀ ସୃଷ୍ଟି ହୋଇ ପାରିବ ବୋଲି ଆଜି ଭଦ୍ରକ ଉପକଣ୍ଠ ବାରିକପୁର ବାଘମରା ଠାରେ ଅନୁଷ୍ଠିତ ବିଶ୍ବ ପ୍ରତିବେଶୀ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଶିକ୍ଷାବିତ୍ ହରେକୃଷ୍ଣ ବାରିକଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ସୁପ୍ରିମ୍ କୋର୍ଟର ଆଇନଜୀବୀ ତଥା ପରିବେଶବିତ୍ ରାଧାକାନ୍ତ ତ୍ରିପାଠୀ େଯାଗ ଦେଇ ଅବକ୍ଷୟମୁଖୀ ସମାଜରେ ପଡ଼ୋଶୀ ବା ପ୍ରତିବେଶୀ ଭାବେର ବି ରହିବା ପ୍ରକୃତ ମାନବିକ ମୂଲ୍ୟବୋଧ ଦୃଷ୍ଟିରୁ ଆଜି ଏହି ଦିବସକୁ ସେହି ଉଦ୍ଧେଶ୍ୟରେ ଉତ୍ସର୍ଗ କରିବା ଉଚିତ ବୋଲି କହିଥିଲେ। ସଭାପତି ଶିକ୍ଷାବିତ୍ ହରେକୃଷ୍ଣ ବାରିକ ନିରାକାର ବ୍ରହ୍ମଙ୍କ ସୃଷ୍ଟି ସµର୍କରେ ଆଲୋକପାତ କରି ମାନବ ସମାଜର ମହନୀୟତା ଓ ମାନବିକ ମୂଲ୍ୟବୋଧ ସµର୍କରେ ବକ୍ତବ୍ୟ ରଖôଥିଲେ। ଅନ୍ୟତମ ସମ୍ମାନିତ ଅତିଥି କଳାକାର ତଥା ରାଜ୍ୟ ଅପେରା କଳାକାର ମହସଂଘର ସଂେଯାଜକ କାଳନ୍ଦୀ ମଲ୍ଲିକ ବିଶ୍ବ ପ୍ରତିବେଶୀ ଦିବସର ଉଦ୍ଧେଶ୍ୟ, ଆଭିମୁଖ୍ୟ ପ୍ରଦାନ ସହ ଆମେମାନେ ସମସ୍ତେ ନିଜ ନିଜ ଗ୍ରାମ, ଅଳ ଠାରୁ ଜିଲ୍ଲା ତଥା ରାଜ୍ୟ ସ୍ତରରେ ପଡୋଶୀ ବା ପ୍ରତିବେଶୀ ଭାବରେ ନିଜର ଭାବ ଆଦାନ ପ୍ରଦାନ ସହିତ ସୁଖ ଦୁଃଖରେ ସାମିଲ ହୋଇ ଚଳିପାରିଲେ ସମାଜରେ ନିଶ୍ଚିତ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି କହିଥିଲେ। ଏ ଅଳର ମୁଖ୍ୟ ସମସ୍ୟା ରେବ-କପାଳୀ ନଦୀ ଖନନରେ ବ୍ୟାପକ କ୍ଷୟକ୍ଷତି ଘଟି ବହୁ ଲୋକ ଘରବାଡି, ଚାଷଜମି, ମୂଲ୍ୟବାନ ଗଛ, ପାନବରଜ ଇତ୍ୟାଦି ହରାଇଥିବାରୁ ତାଙ୍କୁ କ୍ଷତିପୂରଣ ପାଇଁ ଅହେତୁକ ବିଳମ୍ବ ଦୃଷ୍ଟିରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସହେଯାଗ କରିବାକୁ ରାଧାକାନ୍ତ ତ୍ରିପାଠୀଙ୍କ ସହେଯାଗ କରି କ୍ଷତି ପୂରଣ ପ୍ରଦାନ ନିମନ୍ତେ ପ୍ରତିଶୃତି ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମ ୨୦୧୬ ମସିହାରେ ଭଦ୍ରକରୁ ଆରମ୍ଭ ହୋଇ ଏହା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇ ସାରିଛି। ଶେଷରେ ଆବାହକ ଆଇନଜୀବୀ ପ୍ରଭାସ କୁମାର ବାରିକ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନକୁଳ ଚନ୍ଦ୍ର ଘଡ଼େଇ, ଭାଷ୍କର ଚନ୍ଦ୍ର ଦାସ, ନାରାୟଣ ସେନାପତି, ପ୍ରମୋଦ କୁମାର ମହାକୁଡ଼, ବିଜୟ କୁମାର ବେହେରା, ସୁବାସ ଚନ୍ଦ୍ର ଗୋଛାୟତ, ରଶ୍ମୀରଂଜନ ବେହେରା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଭରତ ଚନ୍ଦ୍ର ଦାସ, ସନ୍ତୋଷ ଗୋଚ୍ଛାୟତ, ମଳୟ କୁମାର ଘଡ଼େଇ, ବିଶ୍ବନାଥ ଦେ, ଚନ୍ଦ୍ରମଣି ଦ, ବୀତାମ୍ବର ପାଲ, ଗୋକୁଳାନନ୍ଦ ଘଡ଼େଇ, ଶ୍ରୀନାଥ କୁଣ୍ଡୁ, ଦୁର୍ଗା ଜେନା, ଅନନ୍ତ ଦାସ, ପ୍ରଶାନ୍ତ କୁମାର ମହାକୁଡ଼, ଧନେଶ୍ବର ସେନାପତି, ଦିବାକର ବେହେରା, ରବିନ୍ଦ୍ର ସ୍ବାଇଁ, ଜଳଧର ବାରିକ, ଜଗନ୍ନାଥ ଦାସ, ପ୍ରଦୁ୍ୟମ୍ନ ସେନାପତି, ଦିଲିପ ବାରିକ, ନାରାୟଣ ବେହୁରିଆ, ସତ୍ୟରଂଜନ ଦାସ, ନୟନା ଗୋଛାୟତ, ଇନ୍ଦୁମଣୀ ମହାକୁଡ଼, ପ୍ରଫୁଲ୍ଲ କୁମାର ସେନାପତି।
Related Stories
April 26, 2024