ସୁବର୍ଣ୍ଣପୁର, ବ୍ୟାଙ୍କର ଠିକା କର୍ମଚାରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । ବ୍ୟାଙ୍କରୁ ଟଙ୍କା ଉଠାଇ ଏଟିଏମ୍ ରେ ଭରିବାକୁ ନେଇ ଯାଉଥିବା ବେଳେ ବାଘଲପୁର ଛକ ନିକଟରେ ଲୁଟ୍ ହୋଇଛି । ୬ ଜଣ ଲୁଟେରା ତିନୋଟି ବାଇକ୍ ଯୋଗେ ଆସି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇବା ସହ ଟଙ୍କା ବ୍ୟାଗ୍ ଲୁଟି ନେଇ ଘଟଣାସ୍ଥଳରୁ ଆଖି ପିଛଳାକେ ଚମ୍ପଟ୍ ମାରିଥିଲେ । ବ୍ୟାଙ୍କ ଅଫ୍ ବରୋଦା ବ୍ୟାଙ୍କରୁ ଟଙ୍କା ନେଇ ଉଲୁଣ୍ଡା ଯାଉଥିଲେ । ଘଟଣାସ୍ଥଳରେ ଲୁଟେରା ମାନେ ଏକ ବାଇକ୍ ଛାଡି ଚାଲି ଯାଇଥିବା ସୂଚନା ମିଳିଛି । ଏନେଇ ଅଭିଯୋଗକାରୀଙ୍କ ପକ୍ଷରୁ ଥାନାରେ ଏତଲା କରାଯିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି ।