-ମନ୍ତ୍ରୀ ଅରୁଣ ସାହୁ, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂ ଓ ସୁବାଷ ଚୌହାନ କଲେ ସଭା
ବିଜେପୁର: ଆଜି ବିଜେପୁର ବ୍ଲକର ବରମୁଣ୍ଡାର ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ,ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ସୁଶାନ୍ତ ସିଂ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ରୀତା ସାହୁଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୂ ନିବେଦନ କଲେ। ଗତ ବିଧାନସଭା ନିର୍ବାଚନରେ ଏହି ସିଟ୍ ରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ି ଦୁଇ ରାଷ୍ଟ୍ରୀୟ ପାର୍ଟିର ନିଜ ପ୍ରତିଦ୍ବନ୍ଦ୍ବି ମାନଙ୍କ ଉପରେ ବିପୁଳ ମତରେ ବିଜୟ ହାସଲ କରିଥିଲେ। ଏହି ସିଟ୍ ପାଇଁ ଉପ ନିର୍ବାଚନରେ ପୁଣି ବିଜେଡି ପୁର୍ବତନ ବିଧାୟକ ରୀତା ସାହୁଙ୍କୁ ଟିକେଟ ଦେଇଛି।