ପୁରୀ ସ୍ଥିତ ସନ୍ଧ୍ୟାଶ୍ରୀ ସୋଲାର କଂପାନୀ ଓଡ଼ିଶାରେ ସୌର ଶକ୍ତିକୁ ଜନସାଧାରଣଙ୍କ ଦ୍ଵାରା ଆଦୃତ କରାଇବା ଓ ସୌରଶକ୍ତିର ବିକାଶ ଦିଗରେ କାର୍ଯ୍ୟକରୁଛି । ପର୍ଯ୍ୟାୟକ୍ରମେ ବିଭିନ୍ନ ବ୍ଲକ ଓ ପଞ୍ଚାୟତରସହଯୋଗରେ ଗାଁମାନଙ୍କରେ ସୋଲାର ୱାଟର ପମ୍ପ ଓ ସୋଲାର ଷ୍ଟ୍ରିଟ୍ ଲାଇଟ୍ ସଂସ୍ଥାପନ କାର୍ଯ୍ୟ କରୁଛି ।୨ ୦ ୨୦ ମସିହା ଜୁଲାଇ ମାସରେ ଗଜପତି ଜିଲ୍ଲାରେ କାଶିନଗର ବ୍ଲକର ସିଦ୍ଧମାଡ଼ାଗୁ ପଞ୍ଚାୟତଅଧ୍ୟସ୍ଥ ନୀଳକଣ୍ଠପୁର ଗ୍ରାମରେ ପଞ୍ଚାୟତ ସହଯୋଗରେ ଜନସାଧାରଣକୁ ୨୪ ଘଣ୍ଡା ପାନୀୟ ଜଳଉପଲବ୍ଧ କରାଇବା ପାଇଁ ଏକ ସୋଲାର ପାଣି ପମ୍ପ ସ୍ଥାପନ କରିଥିଲା । ହଠାତ୍ ପାଣି ଟାଙ୍କି ଟି ଫାଟିଯାଇଥିଲା ଓ ପିଇବା ପାଇଁ ଯୋଗାଣ ବନ୍ଦ ହୋଇଗଲା । ସ୍ଥାନୀୟ ସରପଞ୍ଚ ଶ୍ରୀ ୟେଲେଙ୍କା ଭେଙ୍କଟରମଣ ସନ୍ଧ୍ୟାଶ୍ରୀ ସୋଲାର କଂପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନୀଳକଣ୍ଠ ଜେନାଙ୍କ ସହ ଯୋଗାଯୋଗକରିଥିଲେ । ଉକ୍ତ ପ୍ରକଳ୍ପରେ କେବଳ ପମ୍ପ, ପ୍ୟାନେଲ ଓ କଂଟ୍ରୋଲର ଖରାପ ହେଲେ ତାହାରମରାମତି ପାଇଁ ୫ ବର୍ଷ ୱାରେଣ୍ଟି ଥାଏ । ଆଉ ଅନ୍ୟ କୌଣସି ସରଞ୍ଜାମ ଉପରେ ୱାରେଣ୍ଟି ନଥାଏ ।ଅନ୍ୟାନ୍ୟ କଂପାନୀମାନେ ପ୍ରକଳ୍ପ କାର୍ଯ୍ୟ ଶେଷ ହେଲାପରେ ରକ୍ଷଣାବେକ୍ଷଣ ପାଇଁ ଆଉ ଧରାଛୁଆଁ ନଦେଉଥିବା ବେଳେ ସଂନ୍ଧ୍ୟାଶ୍ରୀ ସୋଲାର କଂପାନୀ ଏହି କ୍ଷେତ୍ରରେ ଗୋଟିଏ ପାଦ ଆଗକୁ ଯାଇସରପଞ୍ଚ ତଥା ଅନୁରୋଧ କ୍ରମେ ଜନସାଧାରଣଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୪୮ ଘଣ୍ଟାମଧ୍ୟରେ ୫୦୦୦ ଲିଟରର ନୁଆ ପାଣିଟାଙ୍କି ସ୍ଥାପନ କରି ଲୋକମାନଙ୍କୁ ପିଇବା ପାଇଁ ଉପଲବ୍ଧକରାଇ ପାରି ଥିଲେ ।କେବେଳ ବ୍ୟବସାୟୀକ ମନୋବୃତ୍ତି ରଖି କାର୍ଯ୍ୟକଲେ କଂପାନୀର ଲାଭ ହୋଇଥାଏ କିନ୍ତୁ ଯେଉଁଲୋକଙ୍କ ପାଇଁ ଆମେ କାର୍ଯ୍ୟ କରୁଛୁ ସେମାନଙ୍କର ହିତ ସାଧନ ହୋଇନଥାଏ । ତେଣୁ ଜନସାଧାରଣଙ୍କସହଭାଗିତା ଓ ସେବା ଆମ ପାଇଁ ପ୍ରାଥମିକତା ବୋଲି ସଂନ୍ଧ୍ୟାଶ୍ରୀ ସୋଲାର ପ୍ରାଇଭେଟ୍ ଲିମିଟେଡ୍ରପରିଚାଳନା ନିର୍ଦ୍ଦେଶକ ନୀଳକଣ୍ଠ ଜେନା ପ୍ରକାଶ କରିଥିଲେ । କଂପାନୀର ଏତାଦୃଶ ତ୍ବରିତ୍ ପଦକ୍ଷେପକୁସାନୀୟଲୋକେ ପ୍ରଶଂସା କରିଛନ୍ତି ।
Related Stories
November 24, 2024