
ଧର୍ମଶାଳା,ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଠାରେ ଅବସ୍ଥାପିତ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ବୈଠକ ସଂଘଗୃହ ପରିସରରେ ସଭାପତି ନାରାୟଣ ପ୍ରସାଦ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘର ଦିବଂଗତ ସଭ୍ୟମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଂଘ ସମ୍ପାଦକ ବିଶ୍ୱନାଥ ପଣ୍ଡା ପୂର୍ବ ବୈଠକର ବିବରଣୀ ପାଠ ସହ ଆଗାମୀ ଅକ୍ଟୋବର ମାସରେ ସଂଘର ଦ୍ୱାଦଶ ବର୍ଷ ପୂର୍ତି ଉତ୍ସବ ଅବସରରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା । ସଭ୍ୟମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରି ସଂଘର ଦ୍ୱାଦଶ ବର୍ଷ ପୂର୍ତି ସଂଘ ପାଇଁ ଏକ ଗର୍ବର କଥା ବୋଲି ପ୍ରକାଶ କରିବା ସହ ଉତ୍ସବ ପାଳନର ବିଭିନ୍ନ ଦିଗ ପ୍ରତି ଦୃଷ୍ଟିପାତ କରିଥିଲେ । ସଂଘର ସ୍ଥାୟୀ ସଭାପତି ହରିବନ୍ଧୁ ଗିରିଙ୍କ ବାର୍ଦ୍ଧକ୍ୟଜନିତ କାରଣରୁ ଆଉ ସକ୍ରୀୟ ଭାବେ ଅଂଶ ଗ୍ରହଣ କରିପାରୁ ନଥିବାରୁ ତାଙ୍କ ସ୍ଥାନରେ ବିଭିନ୍ନ ଅଫିସିଆଲ କାଗଜପତ୍ର କାର୍ଯ୍ୟ ତୁଲାଇବା ନିମନ୍ତେ ମହମ୍ମଦ ଇବ୍ରାହିମଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ସର୍ବ ସମ୍ମତିକ୍ରମେ ମନୋନିତ କରାଯାଇଥିଲା । ଏହାଛଡା ବିଷ୍ଣୁ ଚରଣ ସାହୁଙ୍କୁ ସହକାରୀ ସମ୍ପାଦକ ଭାବେ ମଧ୍ୟ ମନୋନିତ କରାଯାଇଥିଲା । ଆଗାମୀ ଏପ୍ରିଲ ମାସ ୧୪ ତାରିଖଠାରୁ ସଂଘ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଜଳଛତ୍ର କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି । ବାର୍ଷିକ ଉତ୍ସବ ପାଳନ ସଂକ୍ରାନ୍ତରେ ଅନ୍ୟାନ୍ୟ ଆଲୋଚନା ଗୁଡିକୁ ଆସନ୍ତା ମାସରେ ବୈଠକ କରାଯିବ ବୋଲି ସମୟ ଧାର୍ଯ୍ୟ କରାଯାଇଛି ।
ଏହି ଆଲୋଚନାରେ ନିମାଇଁ ଚରଣ ଦାସ, ନାରାୟଣ ଚନ୍ଦ୍ର ଦାଶ, ନିତ୍ୟାନନ୍ଦ ବେହେରା, ସେକ୍ ଜଲାଲୁଦ୍ଧିନ, ୟୁନୁସ ଖାଁ, ଚୈତନ୍ୟ ନାୟକ, ଶରତ ଚନ୍ଦ୍ର ବେହେରା ଓ ସୁଦର୍ଶନ ପାଣି ସମେତ ବହୁ ସଭ୍ୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ସେକ୍ ଜଲାଲୁଦ୍ଦିନ ଧନ୍ୟବାଦ ଅର୍ପଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO