
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମରେ ଗତକାଲି ସଂନ୍ଧ୍ୟାରେ ଘଟିଯାଇଛି ଗୁଳିକାଣ୍ଡ । ଦୁର୍ବୃତଙ୍କ ଗୁଳିମାଡ଼ରେ ସେହି ଗ୍ରାମର ଗୌରହରି ପ୍ରଧାନ ଓରଫ ହିନ ଗୁରୁତର ଆହତ ହୋଇଛନ୍ତି । ୫ ଜଣ ଦୁର୍ବୃତ ଗୁଳିକାଣ୍ଡରେ ସାମିଲ୍ ଥିବା ସୂଚନା ମିଳିଛି । ହିନଙ୍କ ଅଂଟାରେ ଗୋଟିଏ ଗୁଳି ବାଜିଛି । ପୋଲିସ ୫ ଅଭିଯୁକ୍ତଙ୍କୁ ଥାନାକୁ ପଚରା ଉଚୁରା ଚଳାଇଛି ।
ସୂଚନା ଅନୁଯାୟୀ, ନୂଆ ଖଜୁରିଆ ଗ୍ରାମ ଏକ ଚା ଦୋକାନରେ ବସି ଚା ପିଉଥିବା ବେଳେ ଦୁର୍ବୃତ ମାନେ ତାଙ୍କୁ ସେଠାରେ ଧମକ ଚମକ ଦେବା ସହ ଗୁଳି ମାଡ଼ କରିଥିଲେ । ହିନଙ୍କ ଉପରକୁ ସେମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ସେଥିମଧ୍ୟରୁ ଗୋଟିଏ ଗୁଳି ତାଙ୍କ ଅଂଟାରେ ବାଜିଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ହିନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲା । ଅଭିଯୁକ୍ତ ମାନଙ୍କୁ ପୋଲିସ କାବୁ କରି ଘଟଣାର ତଦନ୍ତ ଚଳାଇଛି । ପୂର୍ବ ଶତୃତା କାରଣରୁ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO