ତେବେ ଚଳିତ ବର୍ଷ ୱାରେଂଟୀ ଧରପଗଡ଼ ବେଳେ ଅନେକ ଲୋକ ଚେକ୍ ବାଉନ୍ସ ମାମଲାରେ ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟକୁ ଆସୁଛନ୍ତି । କେତେକଙ୍କ ଜାମିନ୍ ହେଉଥିବା ବେଳେ ଆଉ କେତେକଙ୍କ ଜାମିନ୍ ମଧ୍ୟ ନାମାଞ୍ଜୁର ହେଉଥିବା ଦେଖିବାକୁ ମିଳୁଛି । ଚେକ୍ ବାଉନ୍ସ ମାମଲାରେ କିଛି ମହିଳା ଓ କିଛି ଲୋକ ଜେଲ୍ ମଧ୍ୟ ଯାଇଛନ୍ତି । ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ୱାରେଂଟୀ ମାନଙ୍କୁ ଧରାଯାଉନଥିବା ବେଳେ ତାହାର ଉଚିତ୍ ତଦାରଖ କରାଯାଉନଥିଲା । ଫଳରେ ପ୍ରତି ଥାନାରେ ପୁରୁଣା ୱାରେଂଟୀ ମାମଲା ଗୁଡିକ ଗଡି ଚାଲିଥିଲା । ବର୍ତମାନ ହଠାତ୍ ପୁଣି ଥରେ ୱାରେଂଟୀଙ୍କୁ ଧରାପଗଡ଼ ପାଇଁ ଥାନା ଗୁଡିକୁ ଟାର୍ଗେଟ୍ ଦିଆଯାଇଥିବା ବେଳେ ପୋଲିସ ଚିନ୍ତାରେ ପଡିଛି । ଗତ ୩ ରୁ ୪ ଦିନ ମଧ୍ୟରେ ପୋଲିସ ଦୁଇ ଜଣ ଅପରାଧୀଙ୍ତକୁ ଉଠାଇଥିବା ବେଳେ ପୂର୍ବତନ ମେୟର ପିଂଟୁ ଦାଶଙ୍କ ଉପରକୁ ଗୁଳି ଚଳାଇଥିବା ମାମଲାରେ ପିଲା ମୌଜକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ପୁରୁଣା ୱାରେଂଟୀ ଥିବା କିଛି ଅପରାଧୀ ଫେରାର୍ ହୋଇଯାଇଥିବା ବେଳେ ପୋଲିସ ସେମାନଙ୍କ ଠିକଣା ବାହାର କରିବା ସହ ବିଭିନ୍ନ ଖଟି ଓ ଆଡ୍ଡା ସ୍ଥଳକୁ ଯାଇ ଅଭିଯୁକ୍ତଙ୍କୁ ଉଠାଇ ଆଣୁଛି । ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଥାନାର ପୁରୁଣା ୱାରେଂଟ ମାନଙ୍କୁ ଯେପରି ଧରାଯିବ ସେନେଇ ପ୍ରତି ଥାନାକୁ ଟାର୍ଗେଟ୍ ଦିଆଯାଇଛି । ପୁରୁଣା ୱାରେଂଟୀ ମାନଙ୍କୁ ଧରପଗଡ଼ ଆରମ୍ଭ ହେବା ପରେ ୱାରେଂଟ ଥିବା ଅପରାଧୀ ଭୟଭିତ ହୋଇ ଫେରାର୍ ହୋଇଯାଇଛନ୍ତି । ସେହିଭଳି ଅନେକ ପୁରୁଣା ୱାରେଂଟୀଙ୍କ ଠିକଣା ଓ ନାମ ମଧ୍ୟ ସଠିକ୍ ଭାବେ ପୋଲିସ କୁ ମିଳୁନାହିଁ । ଫଳରେ ଏହା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ।
Related Stories
November 24, 2024
November 24, 2024