କଟକ,ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ପକ୍ଷରୁ ଗୋପାଳପୁର ଛକରେ ଚଢ଼ଉ କରାଯାଇ ଏକ କାର୍ ରୁ ୧୬୨ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ । ଘଟଣାରେ ଜଣକୁ ଗିରଫ କରାଯାଇଛି । ଏହି ଗଞ୍ଜେଇକୁ କାର୍ ଯୋଗେ ଗଞ୍ଜାମରୁ ବାଲେଶ୍ୱର ଚାଲାଣ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ହାତରେ ଧରାପଡିଥିଲା ।