
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟ ମା ରତନେଇ ପାହାଡ଼ରେ ଆଜି ସକାଳେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଂଚି ମହିଳାଙ୍କ ଅଧା ପୋଡ଼ା ଶବକୁ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୂୁର ବଡ ମେଡିକାଲକୁ ପଠାଇଛି । ମୃତଦେହ ନିକଟରେ ଗୋଟିଏ ବ୍ୟାଗ୍ ଓ କିଛି ଲୁଗାପଟା ପଡିଥିବା ଦେଖିବାକୁ ମିଳିଛି । କେହି ଦୁର୍ବୃତ ମହିଳାଙ୍କୁ ହତ୍ୟା କରି ପୋଡ଼ି ଦେଇଥିବା ପୋଲିସ ସନ୍ଦେହ କରୁଛି । ମୃତ ମହିଳାଙ୍କ ପରିଚୟ ଅଦ୍ୟାବଧି ମିଳିପାରି ପାରିନଥିବା ବେଳେ ପୋଲିସ ପକ୍ଷରୁ ଶବ ଚିହ୍ନଟ ପ୍ରକ୍ରିୟା ଜାରୀ ରହିଛି ।