ଭୁୁବନେଶ୍ୱର, ପୂର୍ବରୁ ଧାନ କିଣା ନ ହେବାକୁ ନେଇ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିବା ବିଜେପି ବିଧାୟକ ସୁଭାଷ ପାଣିଗ୍ରାହୀ ଆଜି ପୁନର୍ବାର ଏହି ଘୋଷଣା କରିଛନ୍ତି ।
ଶ୍ରୀ ପାଣିଗ୍ରାହୀ କହିଛନ୍ତି େଯ ଗତ ବିଧାନସଭାରେ ଧାନ କିଣା ସମସ୍ୟା ପ୍ରସଙ୍ଗ ଉଠାଇଥିଲେ । ସେଥି ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଏହାର ସମାଧାନ ପାଇଁ ସର୍ବଦଳୀୟ ବୈଠକ ବାଚସ୍ପତି ଡାକିଥିଲେ । ଆଲୋଚନା ନିଷ୍ପତି ଅନୁଯାୟୀ ବିଭାଗୀୟ ମନ୍ତ୍ରୀ ଗୃହରେ ବିବୃତି ଦେଇଥିଲେ । ମନ୍ତ୍ରୀ ଉତରରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା କାଯ ର୍୍ୟକାରୀ ହେଲା ନାହିଁ କି ସେତେବେଳେ ଯେଉଁ ପ୍ରଶ୍ନ ଉଠା ଯାଇଥିଲା ତାର ଉତର ମଧ୍ୟ ଦିଆ ଯାଇ ନ ଥିଲା । ଜଣେ ଜଣେ ଚାଷୀଙ୍କ ନିକଟକୁ ତିନି ଥର ଟୋକେନ ଆସିଥି୍ବା ବେଳେ ଜଣଙ୍କର ଜଣଙ୍କର ଥରେ ମଧ୍ୟ ଆସି ନାହିଁ । ଧାନ କିଣା ନ ଗଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।