
ବାରିପଦା,ଶିମିଳିପାଳରେ ଲାଗିଥିବା ନିଆଁକୁ ତୁରନ୍ତ ଲିଭାଯିବା ଏବଂ କାର୍ଯ୍ୟରେ ଅବହେଳା କରିଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ଯଜ୍ଞଦତ ପତିଙ୍କ ସହିତ ବରିଷ୍ଠ ଅଧିକାରୀ ମାନଙ୍କୁ ଚାକିରୀରୁ ବହିଷ୍କାର ଓ ଶିମିଳିପାଳର ହୃତ ଗୌରବର ପୁନରୁଦ୍ଧାର ଦାବିରେ ଭଞ୍ଜ ସେନା ପକ୍ଷରୁ ଆଜି ୭ ଘଂଟିଆ ମୟୂରଭଞ୍ଜ ବନ୍ଦ ପାଳନ କରାଯାଇଥିବା ବେଳେ ବନ୍ଦକୁ ମିଳିଛି ଅଭୁତପୂର୍ବ ଜନ ସମର୍ଥନ । ବନ୍ଦ ପରିପ୍ରେକ୍ଷୀରେ ସକାଳ ୬ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ଦୁଇ ଚକିଆ ଯାନକୁ ବାଦ୍ ଦେଲେ କୌଣସି ଚାରିଚକିଆ ଯାନବାହନ ଚଳାଚଳ କରୁଥିବା ଦେଖିବାକୁ ମିଳିନଥିଲା । ଅତ୍ୟାବଶ୍ୟକ ସେବା ଜାରୀ ରହିଥିଲା ।ବନ୍ଦକୁ ସମର୍ଥନ ଜଣାଇ ଅନ୍ୟାନ୍ୟ ରାଜନୈତିକ ଦଳ କଂଗ୍ରେସ, ସିପିଆଇ, ସିପିଏମ, ସିଆଇଟିୟୁ, ଓକିଲ ସଂଘର ବରିଷ୍ଠ ନେତାମାନେ ମଧ୍ୟ ଏହି ବନ୍ଦରେ ସାମିଲ୍ ହୋଇଥିଲେ ।ଭଞ୍ଜ ସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଜିଲ୍ଲା ସଭାପତି ପିଂଟୁ ମାଇତି, କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ସିପିଏମର ରବି ଗୋସ୍ୱାମୀ, ସିଆଇଟିୟୁ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO