
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକର ଅଲ୍ ଓଡିଶା ଅଙ୍ଗନବାଡି ଓ ଲେଡିଜ ୱାର୍କରସ ଏସୋସିଏସନ ବୈଠକ ଶ୍ୟାମଳାଇଙ୍କ ପୀଠରେ ରଂଜିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବ୍ଲକ ଏସୋସିଏସନର ସଭାନେତ୍ରୀ ରଂଜିତା ରଥ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବାରୁ ଅଙ୍ଗନବାଡି କର୍ମୀଙ୍କ ଅନୁରୋଧ କ୍ରମେ ସେ ତାଙ୍କର ଇସ୍ତଫାପତ୍ର ପତ୍ୟାହାର କରି ନେଇଥିଲେ । ଆସନ୍ତା ମଇଁ ମାସରେ ବ୍ଳକ ଅଙ୍ଗନବାଡି କର୍ମୀଙ୍କ ସମ୍ମିଳନୀ କରିବାକୁ ଓ ନିକଟ ଭବିଷ୍ୟତରେ ଅଙ୍ଗନବାଡି କର୍ମୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଶେରଗଡ ବ୍ଲକରେ ଗଣଧାରଣା ଦେବାକୁ ବୈଠକରେ ନଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ଏହି ବୈଠକରେ ଭାରତୀ ଆଚାରୀ, ରୁନୁ ପ୍ରଧାନ, ସ୍ୱର୍ଣ୍ଣଲତା ମହାରଣା, ପ୍ରମିଳା ଚୌଧୁରୀ,ବବିଜେନା, ବାସନ୍ତିବେହରା, ସୁନୀତା କୁମାରୀ ପାଣିଗ୍ରାହି, ଜୟନ୍ତୀଲତା ନନ୍ଦ, ସନ୍ତୋଷୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO