

କଟକ – ଆସନ୍ତା ନଭେମ୍ବର ୧୨ ତାରିଖରୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ । ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଏହି ମୁକ୍ତାକାଶ ବାଣିଜ୍ୟିକ ମେଳା ବାଲିଯାତ୍ରା ଏଥର ଆଠ ଦିନଧରି ·ଲିବ ।
ବାଲିଯାତ୍ରା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁତ ହୋଇଥିଲା । ବୈଠକ ପରେ ଜିଲ୍ଲାପାଳ କହିଥିଲେ ଯେ ଆସନ୍ତା ନଭେମ୍ବର ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଐତିହାସିକ ମେଳା ଅନୁÂିତ ହେବ । ଉଭୟ ତଳପଡିଆ ଓ ଉପର ପଡିଆରେ ଆୟୋଜନ ହେବ ବାଲିଯାତ୍ରା । ତଳପଡିଆରେ ୩୭ ଓ ଉପର ପଡିଆରେ ୧୦ ଏକର ଜାଗାରେ ବାଲିଯାତ୍ରାର ଆୟୋଜନ ହେବ ।
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବାଲିଯାତ୍ରା ଆୟୋଜନ କରାଯିବ । ତେବେ ଚଳିତବର୍ଷ ବାଲିଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ । ପୁର୍ବରୁ ମହାନଦୀ ପଠାରେ ବାଲିଯାତ୍ରା ବନ୍ଦ କରିବାକୁ ଗ୍ରୀନ ଟ୍ରିବ୍ୟୁନାଲ ନିଦେ୍ର୍ଧଶ ଦେଇଥିଲେ । ବାଲିଯାତ୍ରା ଫଳରେ ନଦୀ ପ୍ରଦୂଷଣ ହେଉଥିବାରୁ ବନ୍ଦ କରିବାକୁ କହିଥିଲେ ଗ୍ରୀନ ଟ୍ରିବ୍ୟୁନାଲ । ଯାହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ଲାଷ୍ଟିକ ବ୍ୟାନ ତଥା ଅନ୍ୟାନ୍ୟ ପ୍ରଦ୍ୟୁଷଣ ଯୁକ୍ତ ସାମଗ୍ରୀକୁ ଯାତ୍ରାରୁ ଦୂରେଇ ରଖାଯିବା ନେଇ ନିଷ୍ପତି ନିଆଯାଇଛି । ମେଳାରେ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଇ-ରିrା ବ୍ୟବସ୍ଥା କରାଯିବା ସହ ପଲିଥିନମୁକ୍ତ ବାଲିଯାତ୍ରା ପାଇଁ ପେପରବ୍ୟାଗ ବ୍ୟବହାରକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିଭଳି ବାଲିଯାତ୍ରାରେ ପରିମଳ ବ୍ୟବସ୍ଥା ପାଇଁ ଟେଣ୍ଡର ଡକାଯିବା ନେଇ ମହାନଗର ନିଗମ କମିଶନର କହିଛନ୍ତି ।