
ସ୍ୱଚ୍ଛ ସବୁଜ ପୁରୀ ବସଷ୍ଟାଣ୍ଡ ଅଭିଯାନ କାର୍ଯ୍ୟକ୍ରମରେ ଆଜି ପୁରୀ ବସଷ୍ଟାଣ୍ଡରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଜଗନ୍ନାଥ ଧାମର ବସଷ୍ଟାଣ୍ଡରେ ଯାତ୍ରିଟିଏ ଆସିଲେ ପ୍ରଥମେ ପାଦ ଥାପୁଛି,ତେଣୁ ଏହି ସ୍ଥାନର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ଆଜି ଏକ ବେଦପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବୈଦିକ ବ୍ରାହ୍ମଣ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଵଳନ କରି ବେଦପାଠ ଆରମ୍ଭ କରାଯାଇଥିଲା। ବାହାର ଯାତ୍ରୀମାନେ ମଧ୍ୟ ଏଭଳି ପରିବେଶ ଦେଖି ବହୁତ ଖୁସୀ ହୋଇଥିଲେ। ସ୍ଥାନୀୟ ଜମାଦର ଶ୍ରୀ ପ୍ରଦୀପ କୁମାର ନାୟକ ଓ ହାପିନେସ ଫାଉଣ୍ଡେସନର ସଦସ୍ୟ ମାନଙ୍କୁ ନୀଳଗିରି ମଟର କର୍ମଚାରୀ ସଂଘର କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ବଳିଆରସିଂ ଗୋଲାପ ପୁଷ୍ପ ଦେଇ ସମର୍ଦ୍ଧିତ କରିଥିଲେ। କାରଣ ହାପିନେସ ଫାଉଣ୍ଡେସନର ସଦସ୍ୟମାନେ ବସଷ୍ଟାଣ୍ଡ ସ୍ୱଚ୍ଛ ସବୁଜ ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେଥିପାଇଁ ନୀଳଗିରି ମଟୋର କର୍ମଚାରୀ ସଂଘ ପକ୍ଷରୁ ତାଙ୍କୁ ସମ୍ନାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଶ୍ରୀଗଣେଶ ବ୍ୟବସାୟୀ ସଂଘ,କର୍ମଚାରୀ ସଂଘ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ଅନୁଷ୍ଠିତ ହୋଇଥିଲା।