
ସାନଖେମୁଣ୍ଡି: ଉତ୍କଳର ମହାନ ବରପୁତ୍ର,ସ୍ବାଧୀନତା ସଂଗ୍ରାମୀ,ପ୍ରବାଦ ପୁରୁଷ,ନୂତନ ଓଡ଼ିଶାର ଗଠନର ସୂତ୍ରଧର ତଥା ଇଣ୍ଡୋନେସିଆର ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଆଡପଡ଼ା ଠାରେ ପାଳନ ଉତ୍ସବ ଅନୁଷ୍ଠିତ ହୋଇଅଛ । ଆୟୋଜିତ ଏହି ଉତ୍ସବରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜେଡି ଦଳର ସମସ୍ତ କର୍ମକର୍ତ୍ତା , ନିର୍ବାଚିତ ପଞ୍ଚାୟତ ପ୍ରତିନିଧି , ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଅଞ୍ଚଳ ବିଜୁପ୍ରେମୀଙ୍କ ସମାଗମ ହୋଇଥିଲା । ବିଜେଡି ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ଯୋଗେନ୍ଦ୍ର ସ୍ବାଇଁ , ସାନଖେମୁଣ୍ଡି ବ୍ଲକ୍ ବିଜେଡି ସଭାପତି ଧୋବା ସ୍ବାଇଁ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ସମିତି ଅଧ୍ୟକ୍ଷା ସଂଗୀତା ବେହେରା , ଯୁବ ବିଜେଡି ସଭାପତି ସନ୍ତୋଷ ବିଷୋୟୀ ପ୍ରମୁଖଙ୍କ ସହ ଧରାକୋଟ ରାଣୀ ସାହେବା ସୁଲକ୍ଷଣା ଗୀତାଞ୍ଜଳି ଦେବୀ , ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ରୀନା ଗୌଡ , ଉପାଧ୍ୟକ୍ଷ ବଳବନ୍ତ ସିଂ , ବିଜେଡି ବ୍ଲକ୍ ସଭାପତି ସଞ୍ଜୟ କୁମାର ପାତ୍ର ,ଛାତ୍ର ବିଜେଡି ସଭାପତି ମାନସ ରଞ୍ଜନ ଜେନା , ପୂର୍ବତନ ସରପଂଚ ଦିଲୀପ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅଵସରରେ ସମସ୍ତ ଉପସ୍ଥିତ ଅତିଥି ବୃନ୍ଦ , ବିଜେଡି କର୍ମକର୍ତା ଓ ଗ୍ରାମବାସୀଙ୍କ ମାନଙ୍କ ଦ୍ଵାରା ଆଡ଼ପଡା ଗ୍ରାମ ପରିକ୍ରମା କରାଯାଇଥିଲା।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO