
ମାଲକାନଗିରି,ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ଠାରେ କୋଟିଆ ଆଦିବାସୀ ସମାଜ ବିକାଶ ପରିଷଦର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଟିବୁରାମ ଟାଙ୍ଗୁଲୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲା କୋଟିଆ ସମାଜ ମହାସଂଘର ସଭାପତି ଘନଶ୍ୟାମ ମାଡ଼କାମି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲା ଆଦିବାସୀ ଉନୟନ୍ନ ବିକାଶ ପରିଷଦର ଅଧକ୍ଷ ମାନସ ମାଡ଼କାମି, ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଆଦିବାସୀ ଏକଦା ପରିଷଦର ସଭାପତି ଘେନୁ ମୁଦୁଲି, କୋରାପୁଟ କୋଟିଆ ଆଦିବାସୀ ସମାଜର ସଭାପତି ରାମଚନ୍ଦ୍ର ପାଙ୍ଗି, କନ୍ଧ ସମାଜର ଉପଦେଷ୍ଟା ଆନନ୍ଦ ପାଙ୍ଗି ଓ ୧୩ ଗୋଟି ଆଦିବାସୀ ସମାଜର ସଭାପତି ଯୋଗ ଦେଇଥିଲେ । ପ୍ରଥମେ ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତଂ ଜଣାଇବା ସହ ପାରମ୍ପରିକ ଡେମସା ନାଚରେ ଅତିଥି ମାନଙ୍କୁ ନାଚି ପାଛୋଟି ନେଇଥିଲେ । ପାରମ୍ପରିକ ଗୀତ ନାଚରେ କମ୍ପି ଉଠିଥିଲା ସ୍ୱାଭିମାନ ଅଞ୍ଚଳ । କୋଟିଆ ସମାଜର ବିଶାଳ ସମାବେଶ ବାର୍ଷିକ ପର୍ବକୁ ଆନୁଷ୍ଠାନିକ ଭାବେ ଅତିଥିମାନେ ଧୂପ ଦୀପ ଲଗାଇ ଉଦଘାଟନ କରିଥିଲେ । ପରେ ଅତିଥିମାନେ କୋଟିଆ ସମାଜ, କୋଟିଆ ଜାତି, କୋଟିଆ ସମ୍ପ୍ରଦାୟର ପରମ୍ପରା, ଚାଲି ଚଳନ, ରୀତି ନୀତି ମନେ ପକାଇବା ସହିତ ଆଜିର କୋଟିଆ ସମାଜର ବିଶାଳ ସମାବେଶ ବାର୍ଷିକ ପର୍ବର ଆଭିମୁଖ୍ୟ, ସାମ୍ପ୍ରତିକ ସମାଜରେ ବର୍ତ୍ତମାନ ପରିପେକ୍ଷୀରେ କୋଟିଆ ଆଦିବାସୀ ସମାଜର ସ୍ଥିତି, ଉପୁଜୁଥିବା ବିବାଦ ଓ ପ୍ରତିବନ୍ଧକର ସମସ୍ୟା ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ କୋଟିଆ ଆଦିବାସୀ ସମାଜର ଦୀର୍ଘ ସ୍ଥାଇତ୍ୱ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ହଜାରେରୁ ଉର୍ଦ୍ଧ୍ବ ସଂଖ୍ୟାରେ କୋଟିଆ ଆଦିବାସୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ କମଳୁ ହନ୍ତାଳ, ରଶ୍ମିତା ତାଙ୍ଗୁଲ ସହ ଅନ୍ୟ ସଦସ୍ୟ ସଦସ୍ୟାମାନେ ପରିଚାଳନା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO