
ମାଲକାନଗିରି, ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଜୁମଡାଙ୍ଗ ଗ୍ରାମଟି ଓଡିଶା ଓ ଆନ୍ଧ୍ର ସିମାନ୍ତ ଥିବାରୁ ଆନ୍ଧ୍ର ଉକ୍ତ ଜୁମଡାଙ୍ଗ ଗାଁକୁ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ କରି ବିଭିନ୍ନ ଯୋଜନା ଓ ଉନୟନ୍ନ କାର୍ଯ୍ୟକ୍ରମ କରାଇ ଏମିତିକି ନିର୍ବାଚନ କରିବାକୁ ଅପଚେଷ୍ଟା କରୁଥିବା ଜଣାପଡିବା ପରେ ଜିଲା ପ୍ରଶାସନ ତଥା ସରକାର ଉକ୍ତ ଘଟଣାକୁ ଗୁରୁତ୍ୱ ଦେଇ ଥିଲେ । ଜିଲାପାଳଙ୍କ ନିର୍ଦେଶ କ୍ରମେ ପ୍ରଥମେ ଜୁମଡାଙ୍ଗକୁ ଯାଇଥିଲେ ଚିତ୍ରକୋଣ୍ଡା ବ୍ଲକ ଆଇସିଡିଏସ ଟିମ ଗାଁ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଓ ଆନ୍ଧ୍ର ନିର୍ବାଚନ କରିବାକୁ ଯାଉଥିବା ଜାଣିବା ପରେ ତାଙ୍କୁ ଗାଁ ତଥା ସେମାନଙ୍କ ବିକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଧ୍ର ନିର୍ବାଚନକୁ ବର୍ଜନ କରିଥିଲେ। ଏବେ ପ୍ରଶାସନ ଜୁମଡାଙ୍ଗକୁ ଫୋକସରେ ରଖି ଏହାକୁ ଏକ ଆଦର୍ଶ ଗ୍ରାମ କରିବାର ଲକ୍ଷ୍ୟ ନେଇ ବାରମ୍ବାର ଉକ୍ତ ଗ୍ରାମକୁ ଚିତ୍ରକୋଣ୍ଡା ଆଇସିଡିଏସ କର୍ମଚାରୀ, ବ୍ଲକ କର୍ମଚାରୀ, ତହସିଲ କର୍ମଚାରୀ ସହ ଶିକ୍ଷା ଅଧିକାରୀଙ୍କୁ ପଠାଇ ସେମାନଙ୍କ ଗୋଟିଏ ଗୋଟିଏ ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଜୁମଡାଙ୍ଗ ଗାଁରେ ପହଞ୍ଚି ପିଲାମାନଙ୍କର ପାଠପଢା ବିଷୟରେ ଆଲୋଚନା କରିଥିଲେ ଓ ଉତ୍ତମ ଶିକ୍ଷା ପାଇଁ ପିଲା ମାନଙ୍କୁ ସ୍ୱାଭିମାନ ଅଞ୍ଚଳ ବଡପଡାରେ ଥିବା ଆବାସିକ ବିଦ୍ୟାଳୟରେ ପିଲାଙ୍କ ନାମ ଲେଖାଇ ସେଠାରେ ରହି ପାଠ ପଢିବା ପାଇଁ ବ୍ୟବସ୍ଥା କରାଇଛନ୍ତି । ଜୁମଡାଙ୍ଗରେ ଶୀଘ୍ର ବିଦ୍ୟାଳୟ ଖୋଲିବାକୁ ଶିକ୍ଷା ଅଧିକାରୀ ପ୍ରତିଶୃତି ଦେବା ସହ ପିଲା ମାନଙ୍କୁ ଓ ପରିବାର ଲୋକଙ୍କୁ ପିଲାମାନେ ଏବେ ଆଉ ତେଲୁଗୁ ବିଦ୍ୟାଳୟକୁ ଯିବେ ନାହିଁ ଓଡ଼ିଆ ପାଠ ପଢିବେ ଓ ତେଲୁଗୁ ଛାଡ଼ି ଓଡ଼ିଆ କହିବେ ବୋଲି କହିଥିଲେ । ବହୁ ପିଲାଙ୍କୁ ଶନିବାର ଦିନ ବଡ଼ପଡ଼ା ଆଶ୍ରମ ବିଦ୍ୟାଳୟକୁ ଅଣାଯିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ସମସ୍ତ ପିଲାଙ୍କ ପାଇଁ ବିଦ୍ୟାଳୟ ବୁଟ ଓ ସ୍କୁଲ ଡ୍ରେସ ନିମନ୍ତେ ମାପ ଅଣାଯାଇଥିଲା । ଆଇସିଡିଏସ ତରଫରୁ ସିଡିପିଓ ଗୀତାଞ୍ଜଳି ମହାରଣା ଉକ୍ତ ଗ୍ରାମକୁ ଯିବା ସହିତ ଉକ୍ତ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେବା ସହ ଅଙ୍ଗନବାଡି କର୍ମି ନିଯୁକ୍ତି ନିମିତ୍ତ ଵିଜ୍ଞାପନ ଜାରିକରିଥିଲେ ଖୁବ ଶୀଘ୍ର ଉକ୍ତ ଗ୍ରାମରେ ଚାଲିବାକୁ ଯାଉଛି ଅଙ୍ଗନବାଡି କେନ୍ଦ୍ର । ସେହିପରି ବ୍ଲକ କର୍ମଚାରୀ ମାନେ ଜୁମଡାଙ୍ଗ ଗ୍ରାମକୁ ଯାଇ ବିଭିନ୍ନ ଉନୟନ୍ନ କାମ ଯଥା ଗ୍ରାମକୁ ରାସ୍ତା, ଇନ୍ଦିରା ଆବାସ ଘର, ପାନୀୟ ଜଳ ସୁବିଧା ଓ ଅନ୍ୟାନ୍ୟ ଯୋଜନା ଏବଂ ଲୋକଙ୍କୁ ଜୀବିକା ପାଇଁ କାମ ଯୋଗାଇ ଦେବାକୁ ଆଗଭର ହେଉଥିବା ବେଳେ ଚିତ୍ରକୋଣ୍ଡା ତହସିଲ ତରଫରୁ ୨୨ ପରିବାରକୁ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦେବାକୁ ଉଦ୍ୟମ ଜାରି ରହିଛି । ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବିଙ୍କ ସହିତ ବିଆରସିସି ଅଞ୍ଜନ ଚୌଧୁରୀ, ସିଆରସିସି ପିତାମ୍ବର ଖରା ଓ ଶିକ୍ଷକ ବସନ୍ତ ତାଙ୍ଗୁଲ ଜୁମଡାଙ୍ଗ ଗ୍ରସ୍ତରେ ଯାଇଥିଲେ`
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO