

ଭଦ୍ରକ – ଏହି ଜିଲାର ତିହିଡି ଥାନା ପୀରହାଟ ଫାଣ୍ଡି ଅଧୀନସ୍ଥ ନଚ୍ଛିବିନ୍ଧା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଅସଦାଚରଣ ସହିତ ଆକ୍ରମଣ କରି ହତ୍ୟା କରିବାର ଧମକ ଦେଇ ଗ୍ରାମବାସୀଙ୍କ ହାତରେ ଧରାପଡି ଗିରଫ ହୋଇଛି ସ୍ଥାନୀୟ ଅଂଚଳର ଯୁବକ। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ରାତି ପ୍ରାୟ ୧୦ଟା ସମୟରେ ଜଣେ ମହିଳା ଘରେ ଏକୁଟିଆ ଥିବାବେଳେ ସେହି ଗାଁର ଉପେନ୍ଦ୍ର ପତି ନାମକ ଜଣେ ବ୍ୟକ୍ତି ପୂର୍ବ ଶତ୍ରୁତାରୁ ତାଙ୍କ ଘର କବାଟ ଠେଲି ଭିତରକୁ ପଶିଥିଲେ। ଏବଂ ଉପସ୍ଥିତ ମହିଳାଙ୍କ ସହ ବାଗବିତଣ୍ଡା ପରେ ତାଙ୍କପ୍ରତି ଅସଦାଚରଣ ଉଦ୍ୟମ ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାର ଚେତାବନୀ ଦେଇଥିଲେ। ମହିଳାଙ୍କ ପାଟି ଶୁଣି ଗ୍ରାମଲୋକେ ପହô ଅଭିଯୁକ୍ତକୁ ଅଟକାଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହô ଉପେନ୍ଦ୍ରଙ୍କୁ ଗିରଫ କରିବା ସହ ମହିଳାଙ୍କ ଏତଲା କ୍ରମେ ଉପେନ୍ଦ୍ରଙ୍କ ବିରୁଦ୍ଧରେ କେଶ୍ ନଂ ୪୪୧/୧୯, ଦଫା ୪୫୨ / ୩୪୧ / ୩୨୩ / ୩୫୪ / ୫୦୬ ମୂଳେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।