ଭଦ୍ରକ – ଗତ କିଛିଦିନ ଧରି ବିଭିନ୍ନ ପ୍ରଜାତିର ର୍ଦୁମୂଲ୍ୟ ସାମୁଦ୍ରିକ ମାଛକୁ ନେଇ ଭଦ୍ରକ ଜିଲାର ଧାମରା ମୁହାଁଣ ଚଚ୍ର୍ଚାର ପରିଧିକୁ ଆସିଥିବାବେଳେ ଆଜି ପୁଣି ଏକ ବିରଳ ମାଛ ମସô୍ୟଜୀବୀଙ୍କ ଦ୍ବାରା ଉଦ୍ଧାର ହୋଇଛି। ଏହି ମାଛର ନାମ ମାର୍ଲିନ୍ ବୋଲି କୁହାଯାଉଥିବାବେଳେ ଏହା ଗଭୀର ସମୁଦ୍ରରେ ରହି ପ୍ରାୟ ୨ କ୍ବିାଲ ପର୍ଯ୍ୟନ୍ତ ବଢିଥାଆନ୍ତି ବୋଲି ଜଣାପଡିଛି। ତେବେ ଆଜି ମସô୍ୟଜୀବୀଙ୍କ ହାତରେ ଗଭୀର ସମୁଦ୍ରରୁ ଧରାପଡିଥିବା ଏହି ମାଛର ଲମ୍ବ ୪.୫ ଫୁଟ୍ ହୋଇଥିବାବେଳେ ଓଜନ ପ୍ରାୟ ୧୦ କିଗ୍ରା ରହିଛି। ଏହି ମାଛ ସମୁଦ୍ର ମଧ୍ଯରେ ଖୁବ୍ କ୍ଷୀପ୍ର ଗତିରେ ଘାପ୍ରତି ୧୨୯ କିମି ବେଗରେ ଯିବା ସହ ବେଶ୍ ଲମ୍ବା ଡିଆଁ ମାରିପାରେ ବୋଲି ମସô୍ୟଜୀବୀମାନେ କହନ୍ତି। ଏହାକୁ କେତେକ ଉଡନ୍ତା ମାଛ ବୋଲି ମଧ୍ଯ କହିଛନ୍ତି। ଏହି ମାଛର ମାଢି ଖଣ୍ଡାଭଳି ଲମ୍ବା। ଏହା ସୋଡ ଫିସ୍ ପ୍ରଜାତିର ହୋଇଥିବାବେଳେ ସମୁଦ୍ରର ଉଷ୍ମସ୍ରୋତରେ ମଧ୍ଯ ହଜାର ହଜାର କିଲୋମିଟର ପହଁରିପାରନ୍ତି । ବିଶେଷଜ୍ଞଙ୍କ ମତରେ ଏହି ପ୍ରଜାତିର ମାଛ ବିଶେଷକରି ପ୍ରଶାନ୍ତ ମହାସାଗରରେ ଦେଖାଯାଇଥାଏ। ତେବେ ଜଳବାୟୁ ପରିବର୍ନର ପ୍ରଭାବରେ ଏହି ମାର୍ଲିନ୍ ମାଛ ଓଡ଼ିଶାର ପୂର୍ବ ଉପକୂଳକୁ ଖାଦ୍ୟ ଅନ୍ବେଷଣରେ ଆସିଥାଇପାରନ୍ତି ବୋଲି କୁହାଯାଉଛି।
Related Stories
December 2, 2024