

ଭଦ୍ରକ – ଆଜି ଭଦ୍ରକ ବ୍ଲକ୍ ବନ୍ଧଗାଁ ପଂଚାୟତର କେତେକ ଅନୁସୂଚିତ ଜାତିର ଲୋକ ପ୍ରଧାନମନ୍ରୀ ଆବାସ େଯାଜନାରୁ ବାଦ୍ ପଡିବା ନେଇ ଜିଲାପାଳଙ୍କ ନିକଟରେ ଅଭିେଯାଗ ପତ୍ର ପ୍ରଦାନ କରିଛନ୍ତି। ଏହି ଅଭିେଯାଗକାରୀଙ୍କ ସ୍ମାରକପତ୍ରରୁ ଯାହା ଜଣାଯାଏ ପ୍ରଧାନମନ୍ରୀ ଆବାସ େଯାଜନାରେ ଜିଓ-ଟେକ୍ ତାଲିକାରେ ସେମାନଙ୍କ ନାମ ରହିଥିଲା। କିନ୍ତୁ କେତେକ ସ୍ଥାନୀୟ ନେତା ଓ ଅସାଧୁ ବ୍ୟକ୍ତି ସେମାନଙ୍କୁ ସେଥିରୁ ବାଦ୍ ଦେଇ ଅେଯାଗ୍ୟ ହିତାଧିକାରୀଙ୍କ ନାମକୁ େଯାଡିଛନ୍ତି। ଏବଂ ଏହି ବାବଦରେ ସେମାନେ ପ୍ରତି ବ୍ୟକ୍ତି ପିଛା ୧୫ ରୁ ୨୦ ହଜାର ଟଙ୍କା ହାତଗୁଂଜା ନେଇଛନ୍ତି। ତେଣୁ ସେମାନଙ୍କ ଅଭିେଯାଗ ପତ୍ର ଗ୍ରହଣ ପୂର୍ବକ ପ୍ରକୃତ ଘଟଣା ତଦନ୍ତ କରି େଯାଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ରୀ ଆବାସ େଯାଜନାରେ ସାମିଲ ନକଲେ ବାଧ୍ଯ ହୋଇ ସେମାନେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।