ଭଦ୍ରକ – ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ସବୁବେଳେ ଚଚ୍ର୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ଆଜି ପୁଣି ଏକ ଅଭାବନୀୟ ଘଟଣା ଏହି ବିଭାଗର ଦୋଷ ଦୁର୍ବଳତାକୁ ପଦାରେ ପକାଇଛି। ଗୋଟିଏ ପଟେ ସରକାରଙ୍କ ୫-ଟି ସଚିବ ପାଣ୍ଡିଆନଙ୍କ ଗସ୍ତକ୍ରମର ଆଶଙ୍କାରେ ଜିଲା ମୁଖ୍ୟ ଚିକିସôାଳୟ ବଧୂବେଶ ହେଉଥିବାବେଳେ ଆଜି ଆସନ୍ନ ପ୍ରସବ ମହିଳା ଆମ୍ବୁଲାନ୍ସକୁ ଅପେକ୍ଷା କରି ଶେଷରେ ଓ୍ବାର୍ଡ ବାରଣ୍ଡାରେ ଯାଆଁଳା କନ୍ୟା ସନ୍ତାନ ଜନ୍ମଦେବା ଘଟଣା ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। ଏଠାରେ ସୂଚନାେଯାଗ୍ୟ ଏବେ ୫-ଟି ସଚିବ ରାଜ୍ୟର ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରି ଦୃଢ ପଦକ୍ଷେପ ଗ୍ରହଣ କରିଆସୁଥିବାବେଳେ ଯମାଳୟରେ ପରିଣତ ହୋଇଥିବା ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟରେ ଦୀର୍ଘଦିନ ପରେ ରଂଗମରା ଓ ସଫେଇ କାର୍ଯ୍ୟକ୍ରମ ଚାଲିଛି। କାହóକି ନା ସଚିବ ପ୍ରତ୍ୟେକ ଡାକ୍ତରଖାନାର ପାର୍କିଂ ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଉଛନ୍ତି। ତେବେ ଦୀର୍ଘଦିନ ପରେ ଚିକିସôାଳୟଟି ଖୋଦ୍ ଜିଲାପାଳଙ୍କ ପ୍ରତ୍ୟେକ୍ଷ ତ୍ବାବଧାନରେ ସଜେଇ ହେଉଥିବାବେଳେ ଗତକାଲି ବିଳମ୍ବିତ ରାତିରେ ପ୍ରସବ ଯନ୍ରଣା େଯାଗୁଁ ଏଠାକୁ ଆସିଥିବା ତିହିଡି ବ୍ଲକ୍ ଅଧୀନସ୍ଥ ତଳଦୁମୁକା ଗ୍ରାମର ଜଣେ ମହିଳାଙ୍କୁ କୌଣସି ପରୀକ୍ଷା ନିରୀକ୍ଷା ନକରି ଉପସ୍ଥିତ ଥିବା ଡାକ୍ତର କଟକ ରେଫର କରିଦେଲେ। ମାତ୍ର ଓ୍ବାର୍ଡ ବାରଣ୍ଡାରେ ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଅପେକ୍ଷା କରି ମହିଳା ଜଣକ ଚଟାଣ ତଳେ ବସି ପଡିଥିଲେ। ଏବଂ ପରେ ପରେ ସେହି ପକ୍କା ଚଟାଣ ଉପରେ ସେ ଜନ୍ମ ଦେଲେ ଯାଆଁଳା କନ୍ୟା ସନ୍ତାନ। ଏହି ଘଟଣାକୁ ନେଇ ଯଦିଓ କିଛି ସମୟ ପାଇଁ ଉେଜନା ପ୍ରକାଶ ପାଇଥିଲା, ତେବେ କେତେକ ଡାକ୍ତରଙ୍କ ହସ୍ତକ୍ଷେପରେ ମହିଳା ଜଣଙ୍କୁ ପ୍ରସବ ଓ୍ବାର୍ଡକୁ ନେବାପରେ ଅବସ୍ଥା ଶାନ୍ତ ପଡିଛି। ଏଭଳି ଘଟଣାକୁ ନେଇ ସାଧାରଣରେ ଚଚ୍ର୍ଚା ଜୋର ଧରିଛି।
Related Stories
November 5, 2024