
ମାଲକାନଗିରି,ବେଲଗାମ ହେଉଛି ତୈଳଦର । ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦରବୃ୍ଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଥିବାବେଳେ ମାଲକାନଗିରି ଜିଲ୍ଲାରେ ରହିଛି ଓଡ଼ିଶାର ସର୍ବୋଚ୍ଚ ପେଟ୍ରୋଲ ଦର । ମାଲକାନଗିରିରେ ପେଟ୍ରୋଲ ଦର ୧ 00ଟଙ୍କା ଛୁଇଁବାକୁ ବସିଲାଣି । ରାଜ୍ୟରେ ତୈଳଦର ବୃଦ୍ଧିରେ କୌଣସି ପ୍ରକାର ଲଗାମ ଲାଗିନାହିଁ। ସେହିପରି ଡିଜେଲ ଦରରେ ମଧ୍ୟ ବୃଦ୍ଧି ଘଟିଛି। ମାଲକାନଗିରିରେ ବର୍ତ୍ତମାନ ପେଟ୍ରୋଲ ଦର ୧ 00 ଟଙ୍କା ୨ ୯ ପଇସା(ପ୍ରିମିୟମ) ଓ ୯ ୭ ଟଙ୍କା 14 ପଇସା(ନରମାଲ) ଥିବାବେଳେ ଡିଜେଲ ଦର ୯ ୩ ଟଙ୍କାରେ ପହଞ୍ଚିଛି । ଆକାଶ ଛୁଆଁ ପେଟ୍ରୋଲ ଦର ପେଟ୍ରୋଲ ଓ ଡିଜେଲ ଦର ହୁହୁ ହୋଇ ବଢ଼ୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯେଉଁମାନେ ୫ ଲିଟର ପକାଉଥିଲେ ସେମାନେ ଏବେ ଏକ ଲିଟର ପକେଇବା ଆରମ୍ଭ କଲେଣି। ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଥିବାରୁ ଦୈନଦିନ ସାମଗ୍ରୀ ଉପରେ ଏହାର ପ୍ରଭାବ ପଢ଼ିଛି। ଅତ୍ୟାବଶ୍ୟକ ଜିନିଷର ଦରଦାମ ମଧ୍ୟ ଅହେତୁକ ଦରବୃଦ୍ଧି ହେଉଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏତେ ଟଙ୍କାରେ ପେଟ୍ରୋଲ ପକାଇ ଗାଡି ଚଳାଇବା ସାଧାରଣ ଲୋକଙ୍କ ପକେଟକୁ ମାଡ ବୋଲି ମତ ଦେଇଛନ୍ତି ଲୋକେ। କିନ୍ତୁ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁ ନଥିବା ଦେଖିବାକୁ ମିଳିଛି। ତେବେ ତୁରନ୍ତ ତେଲ ଦର କମାଇବାକୁ ସାଧାରଣରେ ଦାବି ହେଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO