
ମାଲକାନଗିରି ,ମାଓବାଦୀ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ନିଜର ସାଥୀମାନଙ୍କର କିପରି ଅନ୍ତେଷ୍ଟକ୍ରିୟା କରୁଛନ୍ତି ଏବଂ ସେମାନଙ୍କର ଶବକୁ ନେଇ ଜଙ୍ଘଲ ରେ ରାଲି କରୁଛନ୍ତି ଏହାର ଏକ ଭିଡିଓ ଗଣମାଧ୍ୟମଙ୍କୁ ପ୍ରେରଣ କରିଛନ୍ତି। ଜଂଗଲରେ ହଜାର ହଜାର ମାଓବାଦୀ ଏକତ୍ରିତ ହୋଇ ମାଓ କମାଣ୍ଡର ମାନଙ୍କର ଶବକୁ କାନ୍ଧରେ ବୋହି କମ୍ରେଡ ଅମର ରହେ ବୋଲି ସ୍ଲୋଗାନ ଦେଉଥିବା ଉକ୍ତ ଭିଡିଓ ରେ ଦେଖିବାକୁ ମିଳିଛି। ମାଓବାଦୀ ମାନଙ୍କ ହାତରେ ରଙ୍ଗ ବ୍ୟାନର, କାନ୍ଧରେ ଏକେ-୪୭ ବନ୍ଧୁକ, ଇନସାସ ଭଳି ବନ୍ଧୁକ ରହିଛି। ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ନିପାପ ଜଙ୍ଘଲରେ ମାଓବାଦୀମାନଙ୍କ ସହ ପୁଲିସର ଗୁଳି ବିନିମୟ ଘଟିଥିଲା। ଏହି ଗୁଳି ବିନିମୟରେ ୧୨ ଜଣ ଡିଆରଜି ଯବାନ ଏବଂ ୫ ଜଣେ ଏସ୍ଟିଏଫ ଯବାନଙ୍କର ମୃତ୍ୟୁ ହୋଇଥିଲା। ତେବେ ମାଓବାଦୀ ପାର୍ଟି ତରଫରୁ ମଧ୍ୟ ତିନି ଜଣ ମାଓ କ୍ୟାଡରଙ୍କର ମୃତ୍ୟୁ ହୋଇଥିଲା, ଯାହାର ଶୋକ ସଭା ସହ ଏକ ଶୋକ ରାଲିର ଆୟୋଜନ କରାଯାଇଥିଲା। ମୃତ କମ୍ରେଡଙ୍କ ଶବକୁ ଧରି ଅମର ରହେ ବୋଲି ସ୍ଲୋଗାନରେ ଜଙ୍ଘଲ ଫାଟି ପଡୁଥିଲା। ଏତେ ସଂଖକ ନକ୍ସଲ ଏକାଠୀ ହେବା ଛୋଟ କଥା ନୁହେଁ ଭିଡିଓରେ ହଜାର ହଜାର ନକ୍ସଲ ଏକ ଲମ୍ବା ଧାଡିରେ ଜଙ୍ଘ ଲରେ ରାଲି କରୁଥିବା ଦୃଶ୍ୟ ଯେ କେହି ବି ଦେଖିଲେ ପୁଲିସକୁ ଏମାନେ ଖୁଲମଖୁଲା ଚ୍ୟାଲେଞ୍ଜ କରୁଥିବା ମନେ ହେବ। ଜଙ୍ଘଲ ରେ ମାଓବାଦୀ ଏତେ ବଡ ଧରଣ ର ଆୟୋଜନ କରୁଥିବା ଖବର କିପରି ପୋଲିସ ଜାଣି ପାରିଲାନାହିଁ! ଗୋ ଇନ୍ଦା ବିଭାଗ ମଧ୍ୟ ଟେର ପାଇପାରିଲାନାହିଁ!ଏଠାରେ କେଉଁଠି ନା କେଉଁଠି ଗୋଇନ୍ଦା ଫେଲ ମାରିଛି କହିଲେ ଅତୁକ୍ତି ହେବ ନାହିଁ!ଏତେ ଦିନ ପରେ ମାଓବାଦୀ ନିଜର ଭିଡିଓକୁ ଏବେ ଭାଇରାଲ କରିଛନ୍ତି।ପ୍ରକାଶ ଥାଉକି ଏହି ଏନକାଉଣ୍ଟର ରେ ୧ ୭ ଜଣ ଯବାନ ସହିଦ ହୋଇଥିଲେ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO