ବୌଦ୍ଧ – ବୌଦ୍ଧର ସ୍ୱେଚ୍ଛାସେବୀ ଅନୁÂାନ ‘ଉସôର୍ଗ’ ପକ୍ଷରୁ ବାମଣ୍ଡା ନିକଟସ୍ଥ ନାୟକପଡା ହାଟ ପଡିଆ ଠାରେ ଆଜି ପୁରୁଣା ବସ୍ତ୍ର ବିତରଣ କରାଯାଇଛି । ବୌଦ୍ଧ ଜିଲାର ବିଭିନ୍ନ ଅଂଚଳରେ ରହୁଥିବା ଗରିବ ବ୍ୟକ୍ତିମାନଙ୍କ ବସ୍ତ୍ର ଚାହିଦା ମେଂଟାଇବା ପାଇଁ ‘ଉସôର୍ଗ’ ପକ୍ଷରୁ ନୂଆ ଓ ପୁରୁଣା ବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏକ ମାସ ପୂର୍ବରୁ ନାରାୟଣପୁର ସ୍ଥିତ ଅନ୍ଧ,ମୂକ,ବଧିର ବିଦ୍ୟାଳୟ ଓ ସ୍ୱଧାର ଗୃହର ଅନ୍ତେବାସୀମାନଙ୍କୁ ନୂତନ ବସ୍ତ୍ର ବିତରଣ କରାଯାଇଥିଲା । ଯେଉଁ ପରିବାରରେ ବ୍ୟବହାର ଯୋଗ୍ୟ ଭଲ ବଳକା ବସ୍ତ୍ର ଥିବ ତାହା ଉସôର୍ଗ ଅନୁÂାନ ପକ୍ଷରୁ ସଂଗ୍ରହ କରାଯାଇ ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଇଥିଲା । ନାୟକପଡା ହାଟ ପଡିଆ ଠାରେ ଅନୁÂିତ ପୁରୁଣା ବସ୍ତ୍ର ବିତରଣ କାର୍ଯ୍ୟକ୍ରମରେ ଶାଢ଼ୀ, ଛୋଟ ପିଲା , ପୁରୁଷ ଓ ମହିଳାଙ୍କ ପୋଷାକ, ବେଡସିଟ, ଗାମୁଛା ଆଦି ୨ହଜାରରୁ ଅଧିକ ବସ୍ତ୍ର ୫୦୦ରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିଲା । ଅନୁÂାନର ଆବାହକ ସଂପଦ କୁମାର ଅଗ୍ରୱାଲଙ୍କ ସହିତ ବିିପ୍ରଚରଣ ମହାନ୍ତି , ମହିଳା ପତଞ୍ଜଳି ଯୋଗ ସମିତିିର ପ୍ରଭାରୀ ଅନିମା ପଟ୍ଟନାୟକ , କ୍ରୀଡାବିତ୍ ଶିବନାରାୟଣ ଦାସ, ରକ୍ତଦାତା ଜୟ ନାରାୟଣ ମହାନ୍ତିି, ସମାଜସେବୀ ଦେବାଶିଷ ପୁରୋହିତ, ଯୋଗ ଶିକ୍ଷକ ହୃଷିକେଶ ପ୍ରଧାନ, ଶିକ୍ଷକ ବିଜୟ କୁମାର ସାହୁ, ଶିକ୍ଷୟତ୍ରୀ ଝରଣା ମିଶ୍ର ଏବଂ ଅନ୍ୟମାନେ କାର୍ଯ୍ୟକ୍ରମ ସାମିଲ ହୋଇଥିଲେ ।
Related Stories
November 23, 2024