
ଭଦ୍ରକ – ଭଦ୍ରକର ସର୍ବାଙ୍ଗୀନ ବିକାଶ ପାଇଁ ସ୍ବର୍ଗତ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ଜୀବନ ଥିଲା ସମର୍ପିତ। ପ୍ରତ୍ୟକ୍ଷ ରାଜନୀତି ଠାରୁ ଦୂରରେ ଥାଇ ମଧ୍ଯ ଲୋକ ପ୍ରତିନିଧିଙ୍କ ସହେଯାଗରେ ସେ ସବୁବେଳେ ଭଦ୍ରକର ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ତଥା ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ବହୁ କିଛି ଅବଦାନ ରଖôଯାଇଛନ୍ତି। ଜଣେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଜାତୀୟ କବି ବା‚ାନିଧି ମହାନ୍ତିଙ୍କ ସୁପୁତ୍ର ଭାବରେ ସେ ଜନସେବା ଓ ସମାଜସେବାକୁ ଆଜୀବନ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ। ଭଦ୍ରକ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠା ଓ ପରିଚାଳନା, ଭଦ୍ରକ ଇଂଜିନିୟରିଂ କଲେଜର ପୁନରୁଦ୍ଧାର, ଇରମ ଠାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିଷ୍ଠା, ଶହୀଦ୍ ସ୍ମୃତି ସଂଗଠନ, ଇରମ ଇତ୍ୟାଦି ସବୁଠାରେ ତାଙ୍କର ପଦଚିହ୍ନ ଏବେ ବି ସ୍ପଷ୍ଟ ହୋଇ ରହିଛି। ଜଣେ ବିଶିଷ୍ଟ ଆଇନଜୀବୀ, ସମାଜସେବୀ, ସାହିତ୍ୟିକ ଓ ସାରସ୍ବତ ସଂଗଠକ ଯତୀନ୍ଦ୍ରଙ୍କ ବିୟୋଗରେ ଭଦ୍ରକ ଆଜି ମୁରବୀଶୂନ୍ୟ ହୋଇଯାଇଛି ା ଯତୀନ୍ଦ୍ର ମୋହନଙ୍କ ପ୍ରଚେଷ୍ଟାରେ ଜାତୀୟକବି ବା‚ାନିଧି ମହାନ୍ତିଙ୍କର ଏକ ପ୍ରତିମୂର୍ି ଭୁବନେଶ୍ବରର ରାଜମହଲ ଛକଠାରେ ରାଜ୍ୟ ସରାକର ପ୍ରତିଷ୍ଠା କରିଛନ୍ତି। ଭଦ୍ରକକୁ ଏକ ଜିଲ୍ଳାର ମାନ୍ୟତା ଦେବାରେ ସେ ଥିଲେ ଅଗ୍ରଦୂତ ଓ ଏଥି ନିମି ଜନମତ ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ବା‚ାନିଧିଙ୍କ ଜାତୀୟ ସଂଗୀତର ପ୍ରଚାର ଓ ପ୍ରସାର ପାଇଁ ସେ ନୂଆକରି ଏକ ଜାତୀୟତାଧାରା କାର୍ଯ୍ୟକ୍ରମ ପ୍ରଚଳନ କରାଇଥିଲେ। ଜଣେ ସାରସ୍ବତ ସାଧକ ଭାବେ ସ୍ବର୍ଗତ ମହାନ୍ତି ଅନେକ ପୁସ୍ତକ ରଚନା କରି ସାହିତ୍ୟ ଜଗତକୁ ସମୃଦ୍ଧ କରିଥିଲେ ବୋଲି ଏକାଦଶାହ ସ୍ମୃତି ସଭାରେ ପ୍ରକାଶ ପାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ପ୍ରଫେସର ଡ. ଶଶଧର ଦାସଙ୍କ ସଂଚାଳନରେ ଅନୁଷ୍ଠିତ ସ୍ମୃତି ସଭାରେ ବକ୍ତା ଭାବେ ସ୍ବର୍ଗତ ମହାନ୍ତିଙ୍କ ଘନିଷ୍ଠ ବନ୍ଧୁ ପୂର୍ବତନ ମନ୍ରୀ ଯୁଗଳ କିଶୋର ପଟ୍ଟନାୟକ, ପୂର୍ବତନ ସାଂସଦ ଅର୍ଜୁନ ସେଠୀ, ଧାମନଗର ବିଧାୟକ ତଥା ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ଅଧିବକ୍ତା ନିରାକାର ଜେନା, ରାୟ ରାମାନନ୍ଦ ମହାପାତ୍ର, ଦିବ୍ୟସିଂହ ନାୟକ, ଦିଲିପ ମହାପାତ୍ର, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ସଭାପତି ଅଜୟ ନାୟକ, ଡା. ଦୁରେ୍ଯ୍ୟାଧନ ଦାସ, ଚିତ୍ରଶିଳ୍ପୀ ଅଶୋକ ମହାନ୍ତି, ଅମର ନାୟକ, ପ୍ରଫେସର ଅଟଳ ବିହାରୀ ନାୟକ, ଲକ୍ଷ୍ମୀ ମହାପାତ୍ର, ଶିକ୍ଷକ ରତିକାନ୍ତ ବେହେରା, ପ୍ରଫେସର ଝରଣା ପଟ୍ଟନାୟକ, ସଦାଶିବ ନାୟକ, ଉପେନ୍ଦ୍ର ବାରିକ, ନିଶିକାନ୍ତ ନାୟକ, ଏମ୍.ଏ. ନବୀ, ପ୍ରାଧ୍ଯାପକ କମଳାକାନ୍ତ ସ୍ବାଇଁ ପ୍ରମୁଖ େଯାଗ ଦେଇ ସ୍ମୃତିଚାରଣ କରିଥିଲେ। ବିଶିଷ୍ଟ ବ୍ୟକ୍ତିମାନଙ୍କ ସ୍ମୃତିଚାରଣରେ ସଭାସ୍ଥଳ ଭାବ ଗମ୍ଭୀରମୟ ହୋଇଥିଲା। କାର୍ଯ୍ୟକ୍ରମଙ୍କୁ ସ୍ବର୍ଗତ ମହାନ୍ତିଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଗୌରଚନ୍ଦ୍ର ମହାନ୍ତି, ଦୁର୍ଗାଚନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ମହାନ୍ତି, ହରିଶ୍ଚନ୍ଦ୍ର ମହାନ୍ତିଙ୍କ ସମେତ ପରିବାରବର୍ଗ ପରିଚାଳନା କରିଥିଲେ।