ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି କେରଳରେ ଶକ୍ତି ଏବଂ ସହରୀ କ୍ଷେତ୍ରର ପ୍ରମୁଖ ପ୍ରକଳ୍ପଗୁଡିକର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ । ଏହି ଉତ୍ସବରେ କେରଳର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶକ୍ତି ଏବଂ ନୂତନ ଏବଂ ଅଣପାରମ୍ପରିକ ଶକ୍ତି ଏବଂ ଗୃହ ଓ ନଗର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
ପୁଗାଲୁର – ଥ୍ରୀସୁର ବିଦ୍ୟୁତ ପରିବହନ ପ୍ରକଳ୍ପ
ପ୍ରଧାନମନ୍ତ୍ରୀ ୩୨୦ କେଭି ପୁଗାଲୁର (ତାମିଲନାଡୁ)- ଥ୍ରୀସୁର (କେରଳ) ବିଦ୍ୟୁତ ପରିବହନ ପ୍ରକଳ୍ପର ଉଦଘାଟନ କରିବେ । ଏହା ଏକ ଭୋଲଟେଜ୍ ସୋର୍ସ କନଭର୍ଟର ଆଧାରିତ ହାଇ ଭୋଲଟେଜ୍ ଡାଇରେକ୍ଟ କରେଂଟ ପ୍ରକଳ୍ପ ଏବଂ ଏଥିରେ ଭାରତର ପ୍ରଥମ ଯେଉଁଥିରେ ଅତ୍ୟାଧୁନିକ ଠଝଉ ଜ୍ଞାନକୌଶଳ ବ୍ୟବହାର ହୋଇଛି । ୫୦୭୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ଏହି ପ୍ରକଳ୍ପ ପଶ୍ଚିମାଂଚଳରୁ ୨୦୦୦ ମେଗାୱାଟ ବିଦ୍ୟୁତ ପରିବହନକୁ ସହଜ କରିବ ଏବଂ କେରଳର ଲୋକଙ୍କ ପାଇଁ ବୃଦ୍ଧି ପାଉଥିବା ଚାହିଦା ପୂରଣ କରିବାରେ ସହାୟକ ହେବ । ଏହି ଠଝଉ ଆଧାରିତ ବ୍ୟବସ୍ଥାରେ (କ୍ରସ୍-ଲିଙ୍କ୍ ପଲିଥାଇଲନ୍) କେବୁଲ ସହିତ ସୁଉଚ୍ଚ ଲାଇନ୍ ରହିଛି ଯାହାକି ପାରମ୍ପାରିକ ଏଚ୍ଡିଭିସି ବ୍ୟବସ୍ଥା ତୁଳନାରେ ୩୫-୪୦% କମ୍ ଜମି ଆବଶ୍ୟକ କରିଥାଏ ।
କାସାରାଗୋଡ୍ ସୌର ଶକ୍ତି ପ୍ରକଳ୍ପ
ପ୍ରଧାନମନ୍ତ୍ରୀ ୫୦ ମେଗାୱାଟ କାସାରାଗୋଡ ସୌର ଶକ୍ତି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଜାତୀୟ ସୌର ଶକ୍ତି ମିଶନ ଅଧୀନରେ ଏହାକୁ ବିକଶିତ କରାଯାଇଛି । କାସାରାଗୋଡ ଜିଲ୍ଲାର ପାଇଭାଲିକେ, ମିଞ୍ଜା ଏବଂ ଚିପାର ଗ୍ରାମରେ ୨୫୦ ଏକରରୁ ଅଧିକ ଜମି ଉପରେ ଏହା ସ୍ଥାପନ କରାଯାଇଛି, ଏହା କେନ୍ଦ୍ର ସରକାରଙ୍କ ପ୍ରାୟ ୨୮୦ କୋଟି ଟଙ୍କା ବିନିଯୋଗରେ ର୍ନିମିତ ହୋଇଛି ।