ରାଉରକେଲା – ରାଜ୍ୟ ସରକାର ଆରମ୍ଭ କରିଥିବା ମୋ ସରକାର ଯୋଜନା ରାଉରକେଲା କିଭଳି ଚାଲିଛି ତାକୁ ନିଜ ଆଖିରେ ଦେଖିବା ଲାଗି ଖୋଦ ୫ଟି ସଚିବ ଭି.କେ ପାଣ୍ଡିଆନ, ଆଇଏଏସ ସୁରେଶ ମହାପାତ୍ର, ଶାଲିନି ପଣ୍ଡିତ ରାଉରକେଲାର ଆରଜିଏଚ ପରିସର ବୁଲି ସବୁ କିଛି ନିରୀକ୍ଷଣ କରି ଫେରିଛନ୍ତି । ଶ୍ରୀ ପାଣ୍ଡିଆନ ଓ ତାଙ୍କ ସହ ଥିବା ସଚିବ ମାନେ ରାଉରକେଲା ଆରଜିଏଚରେ ଦିନ ପ୍ରାୟ ୧୨ଟାରେ ପହଁଚି ପ୍ରଥମେ ଅପରେସନ ଥିଏଟର ପରେ ମହିଳା ପ୍ରସୂତି ବିଭାଗ, ଅସ୍ତି ଶଲ୍ୟ ବିଭାଗ, ପୁରୁଷ ବିଭାଗ ମେଡିସିନ ୱାର୍ଡ ଆଦି ବୁଲିବା ସହ ପାଇଖାନା ଗୁଡିକରେ ପଶି ସେଗୁଡିକର ପରିଷ୍କାର ପରିଚ୍ଛନ୍ନତା ଦେଖିଥିଲେ । ଏହାରି ଭିତରେ ସେ ପ୍ରାୟ ୨୦ ଜଣ ରୋଗୀଙ୍କୁ ସେମାନଙ୍କୁ ଦିଆଯାଇଥିବା ଖାଦ୍ୟ, ଔଷଧ, ଚିକିତ୍ସା ଆଦି ସଂପର୍କରେ ପଚାରି ବୁଝିଥିଲେ । ଏତିକି ବେଳେ ଜଣେ ମହିଳା କହିଥିଲେ ଡାକ୍ତର ମାନଙ୍କୁ ଡାକିଲେ ସେମାନେ ମୋବାଇଲରେ ବ୍ୟସ୍ତ ରହୁଛନ୍ତି ଆମ କଥା ଶୁଣୁ ନାହାନ୍ତି । ପରେ ସମସ୍ତ ଡାକ୍ତର, ସିଡିଏମଓଙ୍କୁ ନେଇ ଏକ ବୈ÷ଠକ କରି ଡାକ୍ତରଖାନାରେ ଥିବା ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିବା ସହ ସେଗୁଡିକର ସମାଧାନ କିଭଳି ହେବ ବୁଝାଇଥିଲେ । ସରକାର ସେ ସବୁ ସମସ୍ୟାକୁ ସମାଧାନ ଲାଗି ପ୍ରସ୍ତୁତ ବୋଲି ଶ୍ରୀ ପାଣ୍ଡିଆନ କହିଥିବା ଆରଜିଏଚ ସିଡିଏମଓ ପ୍ରକାଶ କରିଛନ୍ତି ।
ତେବେ ମାତ୍ର ଅଧ ଘଂଟା ସେ ଆରଜିଏଚ ଭିତରେ ରହି ଫେରିଥିବା ବେଳେ ମାତ୍ର ଅଧଘଂଟା ଲାଗି ଗତକାଲି ସକାଳୁ ବିଳମ୍ବିତ ରାତି ଯାଏ ପୁଣି ଆଜି ଦିନ ୧୦ଟା ଯାଏ ଡାକ୍ତରଖାନା ଭିତରେ ବାହାରେ ଯେଉଁଭଳି ଝଡ ତୋଫାନ ବେଗରେ କାମ ହେଲା ତାହା ମଧ୍ୟ ଆଲୋଚନାର ବିଷୟ ହୋଇଛି । ଡାକ୍ତରଖାନାର ଚର୍ତୁପାଶ୍ୱର୍ ଓ ପରିସର ସଫା କରାଜିବା ସହ ଚାରିଆଡେ ବ୍ଲିଚିଂ ପକାଗଲା । ୱାର୍ଡ ଗୁଡିକରେ ରିଫ୍ରେସର ମାରି ପୁରା ଡାକ୍ତରଖାନାକୁ ମହକାଇ ଦିଆଯାଇଥିବା ଦେଖାଯାଇଥିଲା । ପାଇଖାନା ଗୁଡିକରେ ଲାଗି ରହୁଥିବା ମଇଳା ଅନ୍ତତଃ ଆଜି ସଫା ହୋଇଗଲା । ଏହାର ତଦାରଖ ଲାଗି ଗତକାଲି ରାତି ୧୦ଟାରୁ ଖୋଦ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ରୋଗି ମାନଙ୍କୁ ଆଜି ଭାରି ଭଲ ଖାଦ୍ୟ ମଧ୍ୟ ଦିଆ ଗଲା, ଯାହା ସେମାନେ ଗତକାଲି ଦେଖିବାକୁ ପାଇନଥିଲେ ତାହା ଆଜି ଖାଇଲେ । ଆଜି ମଧ୍ୟ କାହାରିକୁ ଔଷଧ କିଣିବାକୁ ପଡିନି । ସମସ୍ତ ପ୍ରକାର ପରୀକ୍ଷା କେନ୍ଦ୍ରରେ ରୋଗୀ ମାନଙ୍କୁ ଡାକି ଡାକି ଆଜି ପରୀକ୍ଷା କରାଯାଇଥିବା ରୋଗୀମାନେ କହିଛନ୍ତି । ଏଭଳି ବ୍ୟବସ୍ଥା ଆଜି ଦେଖି କେତେକ ରୋଗୀ କହିଛନ୍ତି ସେ ଯେଉଁ ସାର୍ ଆଜି ଆସିଥିଲେ ସେ ସବୁଦିନ ଆସିଲେ ଆମେ ଟିକେ ଭଲ ସେବା ପାଇପାରନ୍ତୁ । କିନ୍ତୁ ସେମାନଙ୍କୁ ଜଣା ନାହିଁ କିଏ ଆସିଥିଲେ । ତେବେ ସୁନ୍ଦରଗଡରେ ଏହି ଟିମ୍ ର କାର୍ଯ୍ୟାନୁÂାନ ପରେ ଆଜି ଜିଲ୍ଲା ବ୍ୟାପି ଅଧିକାରୀ ମହଲରେ ଏକ କୋକୁଆଭୟ ସୃଷ୍ଟି ହୋଇଛି । ଏହି ସ୍ପିରିଟକୁ ଜିଲ୍ଲାପାଳ କେତେଦିନ ବଜାୟ ରଖି ଜିଲ୍ଲାବାସୀଙ୍କୁ ସେବା ଯୋଗାଇଦେବା ସହ ମୋ ସରକାର ଯୋଜନାକୁ ସଫଳ କରାଇବାରେ ସକ୍ଷମ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।